ପୁଲିସ ମାଓ ଗୁଳି ବିନିମୟ: ଛଅ ଦିନରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ

Advertisment
ପୁଲିସ ମାଓ ଗୁଳି ବିନିମୟ: ଛଅ ଦିନରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ

Sambad

ମଦନପୁର ରାମପୁର: ଗତ ନଅ ତାରିଖ ଦିନ କଳାହାଣ୍ତି ଜିଲ୍ଲା ମ, ରାମପୁର ବ୍ଲକ ଅନ୍ତର୍ଗତ ଟାପ୍ ରାଙ୍ଗ ଗ୍ରାମ ନିକଟରେ ପୁଲିସ ମାଓ ଗୁଳି ବିନିମୟରେ ତିନି ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଡିଏସପି ଆହତ ହୋଇଥିଲେ। ଏହି ଘଟଣାର ଛଅ ଦିନ ପରେ ପୁଣି ଅଞ୍ଚଳରେ ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିଛନ୍ତି। ମ, ରାମପୁର ମୋହନ ଗିରି ରାଜ୍ୟ ରାଜପଥରେ ଆଜି ପୋଷ୍ଟର ମାରିଥିବା ଦେଖା ଦେଇଛି। ଏଥିରେ ୧୨ ଦଫା ସମ୍ବଳିତ ଦାବି କରାଯାଇଛି। ସିପିଆଇ(ମାଓବାଦୀ)ପୂର୍ବି ସବ ଜୋନାଲ ବ୍ୟୁରୋ ନାମରେ ଦିଆଯାଇଥିବା

publive-image Sambad

ଏହି ପୋଷ୍ଟରରେ ମେ ୮ ରୁ ୧୪ ତାରିଖ ଯାଏ ଜନ ଅଧିକାର ଦିବସ, ୧୫ ତାରିଖକୁ ସାତଟି ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାକୁ ୨୪ ଘଣ୍ଟିଆ ବନ୍ଦ ଡାକରା, ଦଳିତ, ଆଦିବାସୀ, ଗରିବ ମାନଙ୍କୁ ଛଅ ମାସ ଭିତରେ ଆବାସ ଯୋଜନାରେ ଘର, ମାଗଣା ପିଡିଏସ ଚାଉଳ ସହିତ ଡାଲି, ତେଲ, ଲୁଣ ଆଦି ସବୁ ଗାଁକୁ ପକ୍କା ରାସ୍ତା, ବିଜୁଳି, ସ୍ବାସ୍ଥ୍ୟ, ଶିକ୍ଷା, ପ୍ରତି ପଞ୍ଚାୟତରେ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି, ସବି ଗାଁରେ ସ୍କୁଲ ଓ ଶିକ୍ଷକ, ଆଦିବାସୀ ଓ ଦଳିତ ବେକାରୀ ଯୁବକଙ୍କୁ ମାସିକ ତିନି ହଜାର ଟଙ୍କା, ୨୦୦ ଦିନର ମଜୁରୀ ସହ ଦିନକୁ ୬୦୦ ଟଙ୍କା ମଜୁରୀ, ଜଙ୍ଗଲ ଜମି ପଟ୍ଟା ଆକାରରେ ୧୫ ଏକର ଜମି ପ୍ରଦାନ, ମଦ ବିକ୍ରି ବନ୍ଦ କର, ବେକାରୀଙ୍କୁ ରୋଜଗାର, ଜଙ୍ଗଲ କାଟ ଦ୍ରବ୍ୟରୁ ଟିକସ ହ୍ରାସ, ପୁଲିସର ଇନଫର୍ମର ହେଉଥିବା ଲୋକଙ୍କୁ ଧମକ ଆଦି ଦାବି ଉଲ୍ଲେଖ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe