ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ଛକରେ ଲୁଟେରା ଗୁଳିମାଡ଼ । ସହରର ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ। ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଲୁଟେରାଙ୍କ ସହ ଧସ୍ତାଧସ୍ତି ସମୟରେ ଆଉ ଜଣେ ଆହତ ହୋଇ ଚିକିତ୍ସା ହେଉଛନ୍ତି।
ସୂଚନା ଅନୁଯାୟୀ, ହରିପୁର ଗ୍ରାମର ଦାଦା ସୁରେଶ ମହାରଣା ଓ ତାଙ୍କ ପୁତୁରା ମାନସ ମହାରଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ, ହଠାତ୍ ତିନି ଲୁଟେରା ବାଇକରେ ଆସି ମାନସ ମହାରଣାଙ୍କ ବେକରେ ଥିବା ସୁନାଚେନ ଓ ବ୍ରେସଲେଟକୁ ଛଡାଇ ନେଇଥିଲେ। ଏହି ସମୟରେ ସୁରେଶ ତିନି ଜଣ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିବା ବେଳେ, ଲୁଟେରା ମାନେ ତିନି ରାଉଣ୍ଡ ଗୁଳି କରିଥିଲ। ଏଥିରେ ସୁରେଶଙ୍କ ଜଙ୍ଘ ଓ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଗୋଟିଏ ଗୁଳି ବାଜି ନଥିଲା ବୋଲି ସୂଚନା ମିଳିଛି। ଏହି ସମୟରେ ସୁରେଶ ଓ ତାଙ୍କ ପୁତୁରା ରକ୍ତ ଜୁଡୁବୁଡୁ ଅବସ୍ଥରେ ତିନି ଜଣଙ୍କ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ପରେ ଗ୍ରାମବାସୀ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଜଣେ ଲୁଟେରାକୁ ପୋଲିସର ଜିମା ଦେଇଥିଲେ। ଏହି ଘଟଣାରେ ପୋଲିସ କାହାକୁ ଗିରଫ କରି ନଥିବା ବେଳେ, ଦୁଇ ଲୁଟେରା ଫେରାର ହୋଇଯାଇଛନ୍ତି ।
Follow Us