ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଅବକାରୀ ଟିମ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିଚାଳନା

ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଗୁଳି ଫୁଟିଛି ବୋଲି ସୂଚନା ରହିଛି। ଅବକାରୀ ଟିମ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳି ଚାଳନା । ଗଂଜେଇ କି ମହୁଲ ଚାଲାଣ କରୁଥିବା ସନ୍ଦେହ କରି ଟିମ୍ ରାସ୍ତାରେ ଗାଡ଼ିକୁ ଅଟକାଇଥିବା ବେଳେ ଏହି କାଣ୍ଡ ଘଟିଛି।

ଚୁତିୀଳ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଥାନା ଅଞ୍ଚଳରେ ଗୁଳି ଫୁଟିଛି ବୋଲି ସୂଚନା ରହିଛି। ଅବକାରୀ ଟିମ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳି ଚାଳନା । ଗଂଜେଇ କି ମହୁଲ ଚାଲାଣ କରୁଥିବା ସନ୍ଦେହ କରି ଟିମ୍ ରାସ୍ତାରେ ଗାଡ଼ିକୁ ଅଟକାଇଥିବା ବେଳେ ଏହି କାଣ୍ଡ ଘଟିଛି। ଗୁଳିମାଡ଼ରୁ ଅଧିକାରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି। ପରେ ଟିମ୍ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଜଣକୁ ଧରିଥିବା ବେଳେ ଅନ୍ଯମାନେ ଫେରାର ହୋଇ ଯାଇଛନ୍ତି।

ଗୋରୁ ବୋଝେଇ ଗାଡ଼ି ସହ, ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। ଆଜି ଭୋରରୁ ଏ ଘଟଣା ଘଟିଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଗୋରୁ ନେଇ ଏକ ପିକଅପ୍ ଗାଡ଼ି ଟପରିଆ କୁଚେଡେଗା ହେମଗିର ରାସ୍ତାଦେଇ ଲେଫ୍ରିପଡ଼ା ପଟକୁ ଯାଉଥିଲା। ହେମଗିର ଅବକାରୀ ଟିମ୍ ଚୋରା ମହୁଲ ଓ ଗଂଜେଇ ଧରିବାକୁ ପାଟ୍ରୋଲିଂ କରୁଥିବା ବେଳେ ଗାଡ଼ି ଉପରେ ନଜର ପଡ଼ିଥିଲା। ଅବକାରୀ ଟିମ୍  ପ୍ରଥମେ ଗାଡ଼ିକୁ ପିଛା କରି ହେମଗିର ରଙ୍ଗିଆଢିପା ପୋଲଠାରେ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ବେଆଇନ ମହୁଲ ଫୁଲ କି ଗଂଜେଇ ଚୋରା ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଗାଡ଼ିଗୁଡ଼ିକୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡ଼ି ନ ଅଟକି ଦ୍ରୁତଗତିରେ ପଳାଇ ଯାଇଥିଲା। ପାଟ୍ରୋଲିଂ  ଟିମ୍ ଲେଫ୍ରିପଡ଼ା ଅବକାରୀ ଟିମକୁ ଖବର ଦେଇଥିଲେ। ସେମାନେ ବାଟରେ ଜଗି ଧରିବାକୁ ଉଦ୍ଯମ କରିଥିଲେ।
ଏହି ସମୟରେ ସେଠାରେ ମାଫିଆ ଅତର୍କିତ ଭାବେ ଅବକାରୀ ଟିମ ଉପରକୁ ଗୁଳି ମାଡ଼ କରିଥିବା ସୁନ୍ଦରଗଡ଼ ଅବକାରୀ ଅଧିକ୍ଷକ ପ୍ରମୋଦ ପଣ୍ଡା କହିଛନ୍ତି। ଏନେଇ ଲେଫ୍ରିପଡ଼ା ଥାନାରେ ଏତଲା ଦିଆଯାଇଥିବାବେଳେ ଗୋରୁ  ମାଫିଆଙ୍କ ସହ ଗାଡ଼ି ଓ ବନ୍ଧୁକକୁ ପୁଲିସକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe