କ୍ରେନ ଅପରେଟରଙ୍କୁ ଗୁଳିମାଡ଼

କ୍ରେନ ଅପରେଟରଙ୍କୁ ଗୁଳିମାଡ଼

ଢେଙ୍କାନାଳ: କ୍ରେନ ଅପରେଟରଙ୍କୁ ଗୁଳିମାଡ କରି ଫେରାର ହେଲେ ଦୃବୁର୍ତ୍ତ | ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତା କଡରେ ଯୁବକଙ୍କ ଉପରକୁ ଗୁଳିମାଡ କରାଯାଇଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇପଡିଛନ୍ତି | ଯୁବକଙ୍କ ନାମ ରବି କୁମାର ହୋଇଥିବାବେଳେ ଗୁଳିମାଡ ପରେ ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା | ତେବେ ଅବସ୍ଥା ନ ସୁଧୁରିବାରୁ ଏବେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ରବି କୁମାର ଟାଟାଷ୍ଟିଲ ମେରାମଣ୍ଡଳୀ କମ୍ପାନୀରେ ନିୟୋଜିତ ଥିବା ରାକେଶ କଶ୍ୟପ ଏଣ୍ଡ କମ୍ପାନିର କ୍ରେନ ଅପରେଟର ଭାବେ କାମ କରୁଥିଲେ । ଆଜି ଦିନ ୧୨ଟା ସମୟରେ କମ୍ପାନୀରୁ କାମ ସାରି କମ୍ପାନୀ ମୁଖ୍ୟ ଫାଟକକୁ ଲାଗି ରହିଥିବା ତାଳବାହାଳୀ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ କେହି ଦୁବୃର୍ତ୍ତ ରବି କୁମାରଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲା। ଗୁଳିମାଡ ପରେ ଘଟଣାସ୍ଥଳରେ ପଡ଼ିଯାଇଥିଲେ ରବି କୁମାର । ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଗୁଳିମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ।କଣ୍ଟାବଣିଆ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe