କୁଳିଅଣାରେ ପ୍ରଥମ ଡେଙ୍ଗୁ ମୃତ୍ୟୁ, ଚିନ୍ତାରେ ଲୋକେ

Advertisment
୨୩ ବର୍ଷରେ ମ୍ୟାଲେରିଆ ନେଇଛି ୪୪୨ ଜୀବନ; ପୂର୍ବାପେକ୍ଷା କମିଛି, କିନ୍ତୁ ସଂପୂର୍ଣ୍ଣ ଲୋପ ପାଇନି

photo-youtube

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଗ୍ରାମରେ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଛି। ବାବାଜୀ ନାଏକଙ୍କ ପତ୍ନୀ ସଂଯୁକ୍ତା (୪୧)ଙ୍କୁ ଜ୍ବର ହୋଇଥିଲା। ପରୀକ୍ଷା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଫଳରେ ସଂଯୁକ୍ତାଙ୍କୁ‌ ଗତ ୭ ତାରିଖ ଦିନ ବାରିପଦା ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ଗତ ୧୨ ତାରିଖ ଦିନ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ପୂବାର୍ହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ କୁଳିଅଣା ବ୍ଲକ୍‌ରେ ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଥିବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏପରି ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ନୂଆଗାଁ ତଥା ଆଖପାଖ ଗ୍ରାମରେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe