Dangerous Zika Infected Mosquito Bite on Yellow Background. Leishmaniasis, Encephalitis, Yellow Fever, Dengue, Malaria Disease, Mayaro or Zika Virus Infectious Culex Mosquito Parasite Insect Macro.
ବାଲିଅନ୍ତା: ବାଲିଅନ୍ତା ବ୍ଲକରେ ପ୍ରଥମ ଡ଼େଙ୍ଗୁରୋଗୀ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ପାରିବାସୁଦେଇପୁର ଗ୍ରାମରେ ଚିହ୍ନଟ ହୋଇଛି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେଙ୍ଗୁରେ ପୀଡ଼ିତ ଏହି ଯୁବକଙ୍କ ଆଲିସା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି। ମିଳିଥିବା ସୂଚନା ମୁତାବକ ୩୦ ବର୍ଷୀୟ ଏହି ଯୁବକଙ୍କର କିଛିଦିନ ହେଲା ଥଣ୍ଡା ଜ୍ବର ଲାଗି ରହିଥିଲା। ସାଧାରଣ ଜ୍ବର ଭାବି ସେ ଔଷଧ ଦୋକାନରୁ ମନମୁଖି ଔଷଧ ଖାଇଥିଲେ। ହେଲେ ତାଙ୍କର ଆଣ୍ଠୁ ଗଣ୍ଠି ବିନ୍ଧାଛିଟିକା ହେବା ସହ ଆଖି ଲାଲ ପଡ଼ିବା ଲକ୍ଷଣ ଦେଖାଯାଇଥିଲା। ଏଥିସହିତ ଦେହରେ ଟିକିଟିକି ଘିମିରି ଭଳି ଫଳି ଯାଇଥିଲା। ତେଣୁ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଆଲିସା ପରୀକ୍ଷା କରାଇବାରୁ ସେ ଭୂତାଣୁ ଜନିତ ଡେଙ୍ଗୁ ଜ୍ବରରେ ପୀଡ଼ିତ ବୋଲି ଜଣାପଡ଼ିଥିଲା।
ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ପାରିବାସୁଦେଇପୁର ଗ୍ରାମରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ମକର୍ତ୍ତା ତତ୍ପର ହୋଇ ଉଠିଛନ୍ତି। ପିଏଚ୍ଇଓ ସନ୍ତୋଷ କୁମାର ସେଠୀଙ୍କ ତତ୍ବାବଧାନରେ ଏକ ମେଡ଼ିକାଲ ଟିମ ଗ୍ରାମରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ, ଘରେ ମଶାରି ଟାଣି ଶୋଇବା ପରିମଳ ସଫାସୁତୁରା ରଖିବା ପାଣି ଜମିବା ସମସ୍ୟାର ସମାଧାନ ପ୍ରତି ସଚେତନ ରହିବାକୁ କୁହାଯାଇଥିବା ସୂଚନା ମିଳିଛି।
Follow Us