Sambad
ସୁନ୍ଦରଗଡ଼: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍ଏଲ୍ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମ ସଫଳ ଡ଼କ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ୍ ପୁରସ୍କାର ଲାଭ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାକୁ ଏଡି ପୁରସ୍କାର ପ୍ରଦାନ କରାଯାଇଛି। ଏହି କ୍ରମରେ ବଲାଙ୍ଗରୀ ଜିଲ୍ଲା ଦ୍ବିତୀୟ ଓ କେନ୍ଦୁଝର ଜିଲ୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଭୁବନେଶ୍ବର ଜୟଦେବ ଭବନ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡ଼ାକ୍ତର ସରୋଜ କୁମାର ମିଶ୍ର ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମାନପତ୍ର ଓଓ ପୁରସ୍କାର ପ୍ରଦାନ କରିବା ସହ ସୁନ୍ଦରଗଡ଼ ଜିଲ୍ଲାକୁ ଶୁଭେଚ୍ଛା ଜଣାଇଛନ୍ତି। “ଆନୁଆଲ ପାରାସାଇଟ ଇଣ୍ତେକ୍ସ ଅନୁସାରେ ମ୍ୟାଲେରିଆ ପ୍ରଭାବିତ ଜିଲ୍ଲା ଭାବରେ ସୁନ୍ଦରଗଡ଼ ପୂର୍ବରୁ ଯେଉଁ ସ୍ଥିତିରେ ରହିଥିଲା। ସ୍ୱାସ୍ଥ୍ୟ ବିଭାଗର ନିରବଚ୍ଛିନ୍ନ ପ୍ରଚେଷ୍ଟା ଫଳରେ ସେଥିରେ ଯଥେଷ୍ଟ ଉନ୍ନତି ଆସିଛି। ଆୟତନ ଦୃଷ୍ଟିରୁ ରାଜ୍ୟର ଦ୍ୱିତୀୟ ବୃହତ୍ତମ୍ ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ରୁ ଅଧିକ ଦମନ କ୍ୟାମ୍ପ କରାଯାଇ ଦୁର୍ଗମ ଅଞ୍ଚଳଲରେ ମ୍ୟାଲେରିଆ ନିରାକରଣ ପାଇ ପଦକ୍ଷେପ ନିଆଯାଇଛି।
/sambad/media/post_attachments/wp-content/uploads/2022/04/LLIN-Distribution-2020-21-Image-7.jpg) Sambad
 Sambadଅତି ଦୁର୍ଗମ ଅଞ୍ଚଳକୁ ମଧ୍ୟ ଏଲ୍ଏଲ୍ଆଇଏନ୍ ପଠାଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା, ଚିକିତ୍ସା ଏବଂ ତଦାରଖ ତ୍ବରାନିତ କରାଯାଇଛି। ଫଳଲର ଜିଲ୍ଲାରେ ମ୍ୟାଲେରିଆ ଯଥେଷ୍ଟ କମିଛି। ୨୦୨୫ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ବୋଲି” କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର ମିଶନ ନିର୍ଦେଶିକା ଶାଳିନୀ ପଣ୍ତିତ, ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି, ଓଡ଼ିଶା ମେଡ଼ିକାଲ କର୍ପୋରେସନ ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/04/LLIN-Distribution-2020-21-Image-1.jpeg)