ତୁଳସୀକ୍ଷେତ୍ରରେ ପ୍ରଥମ, ଚାନ୍ଦିରେ ଚମକିଲେ ତିନି ଠାକୁର

Advertisment
ତୁଳସୀକ୍ଷେତ୍ରରେ ପ୍ରଥମ, ଚାନ୍ଦିରେ ଚମକିଲେ ତିନି ଠାକୁର

Sambad

କେନ୍ଦ୍ରାପଡ଼ା: ଚାନ୍ଦି ଅଳଙ୍କାରରେ ସଜେଇ ହେଇ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜିଉ। ଗୁରୁବାର ଶ୍ରୀଗୁଣ୍ତିଚା ମନ୍ଦିର ଆଗରୁ ରଥ ଆସି ବଡ଼ଦେଉଳରେ ଲାଗିବା ପରେ ଆଜି ରାତିରେ ଶ୍ରୀଜିଉ ରତ୍ନସି˚ହାସନଙ୍କୁ ବିଜେ କରିଛନ୍ତି। ଏହା ପୂର୍ବରୁ ଠାକୁରଙ୍କ ପାଖେ ନିଳାଦ୍ରୀ ବିଜେ ନୀତି ସ˚ପନ୍ନ ହୋଇଥିଲା। ପ୍ରଥମଥର ପାଇଁ ଏଥର ଠାକୁର ଚାନ୍ଦି ଅଳଙ୍କାରର ଆଭୂଷଣରେ ସଜେଇ ହୋଇଛନ୍ତି। ଜଣେ ସାଧୁ ଠାକୁରଙ୍କ ଏହା ଦାନ କରିଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୭୫ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବଳଦେବଜିଉଙ୍କ ରଥଯାତ୍ରା ପରମ୍ପରା ଅନ୍ୟ ସ୍ଥାନମାନଙ୍କଠୁ ଭିନ୍ନ। ଏଠାରେ ଦୁଇ ଦିନ ଧରି ଶ୍ରୀଗୁଣ୍ତିଚା ଓ ବାହୁଡ଼ା ଯାତ୍ରା ହୋଇଥାଏ। ଶ୍ରୀଗୁଣ୍ତିଚାରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ ହେବା ପରେ ଦ୍ବିତୀୟ ଦିନ ରଥ ଯାଇ ଗୁଣ୍ତିଚା ମନ୍ଦିର ଚକଡ଼ାରେ ଲାଗିଥାଏ। ଅନୁରୂପ ଭାବେ ବାହୁଡ଼ାରେ ମଧୢ ଦ୍ବିତୀୟ ଦିନରେ ରଥ ଆସି ବଡ଼ଦେଉଳରେ ଲାଗିଥାଏ। ଗୁରୁବାର ବଡ଼ଦେଉଳ ଚକଡ଼ାରେ ରଥ ଲାଗିବା ପରେ ଆଜି ଠାକୁରଙ୍କ ନିଳାଦ୍ରୀ ବିଜେ ନୀତି ସ˚ପନ୍ନ ହୋଇଥିଲା। ଏହାପରେ ଚାନ୍ଦି ଅଳଙ୍କାରରେ ଠାକୁରଙ୍କୁ ସଜାଯାଇଥିଲା। ଅପରାହ୍ନରେ ତିନି ଠାକୁର ପ୍ରଥମଥର ପାଇଁ ଚାନ୍ଦି ଅଳଙ୍କାର ଧାରଣ କରି ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ଠାକୁରଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ସ˚ଧ୍ୟା ଆଳତି ପରେ ବେଶ ଉଲାଗି ଏବ˚ ଅଧରପଣା ଶ୍ରୀଜିଉଙ୍କୁ ମଣେଇ କରାଯାଇଥିଲା। ରାତି ପ୍ରାୟ ସାଢେ଼ ୮ଟାରେ ପହଣ୍ତି ପାଇଁ ଟାହିଆ ବନ୍ଧା ଯାଇଥିଲା। ରାତି ପ୍ରାୟ ୧୦ଟାରେ ବଡ଼ ଦେଉଳକୁ ପହଣ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ଠାକୁର ବଳଭଦ୍ର, ଏହାପରେ ସାନ ଭଉଣୀ ସଭଦ୍ରା ଏବ˚ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ରତ୍ନ ସି˚ହାସନକୁ ପହଣ୍ତି ବିଜେ କରାଯାଇଥିଲା। ଘଣ୍ଟଘଣ୍ଟାର ନାଦରେ ରଥଦାଣ୍ତ ପ୍ରକମ୍ପିତ ହୋଇ ଉଠିଥିଲା ବେଳେ ବହୁ ସ˚ଖ୍ୟାରେ ଭକ୍ତ ଠାକୁରଙ୍କ ପହଣ୍ତି ଦେଖିବା ପାଇଁ ଚାହିଁ ରହିଥିଲେ। ତିନି ଠାକୁରଙ୍କ ରତ୍ନ ସି˚ହାସନକୁ ବିଜେ ସହିତ ନବଦିନାତ୍ମକ ଲୀଳାଖେଳା ସମାପ୍ତ ହୋଇଛି। ମନ୍ଦିର ଦେବୋତ୍ତର ବୋର୍ଡର ଅଧୢକ୍ଷ ଉପଜିଲ୍ଲାପାଳ ନିର˚ଜନ ବେହେରା କହିଛନ୍ତି ଯେ ପ୍ରଥମଥର ପାଇଁ ଠାକୁରଙ୍କ ଚାନ୍ଦି ବେଶ ହୋଇଛି। ତିନିରୁ ଚାରି କୁଇଣ୍ଟାଲ୍‌ ଚାନ୍ଦି ଲାଗିଛି। ରଘୁନାଥ ବେଶରେ ଠାକୁର ଦର୍ଶନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe