ହୀରାକୁଦ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇ ବୁଡ଼ିଗଲେ ମତ୍ସ୍ୟଜୀବୀ

ହୀରାକୁଦ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇ ବୁଡ଼ିଗଲେ ମତ୍ସ୍ୟଜୀବୀ

ଝାରସୁଗୁଡ଼ା: ଆଜି ସକାଳେ ହୀରାକୁଦ ଜଳଭଣ୍ଡାର ଭିତରକୁ ଡଙ୍ଗା ନେଇ ମାଛ ମାରିବାକୁ ଯାଇତିବା ଜଷର ମସ୍ୟଜୀବୀ ଜଳଭଣ୍ଡାର ଭିତରେ ବୁଡ଼ି ପ୍ରାଣ ହରାଇଛନ୍ତି। ଜଣେ ମତ୍ସ୍ୟଜୀବୀଙ୍କ ବୁଡ଼ିଯିବା ଖବର ପାଇ ପୁଲିସ ଓ ଅନ୍ୟ ମତ୍ସ୍ୟଜୀବୀମାନେ ଜଳଭଣ୍ଡାର ଭିତରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ଲିମେଇଟିକା ଗାଁର ମକ୍ରି ସେଠୀ(୬୫ ବର୍ଷ) ଆଜି ବଡ଼ି ଭୋରରୁ ମାଛ ମାରିବା ପାଇଁ ହୀରାକୁଦ ଜଳଭଣ୍ଡାର ଭିତରକୁ ଯାଇଥିଲେ। ତେବେ ମାଛ ମାରିବା ସମୟରେ ସକାଳ ପ୍ରାୟ ୬ଟା ବେଳେ ସେ ହଠାତ ପାଣି ଭିତରକୁ ଖସିପଡ଼ିଥିଲେ। ଏକୁଟିଆ ଡଙ୍ଗାରେ ଥିବାରୁ ତାଙ୍କୁ କେହି ଉଦ୍ଧାର କରି ପାରି ନ ଥିଲେ। ସେ ସେହି ମାଛଧରା ଜାଲରେ ଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିଲେ। ତେବେ ଦୂରରେ ମାଛ ଧରୁଥିବା ଅନ୍ୟ ମତ୍ସ୍ୟଜୀବୀମାନେ ହଠାତ ଜଳଭଣ୍ଡାର ଭିତରେ କେବଳ ଡଙ୍ଗାଟି ଭାସୁଥିବାର ଦେଖି ସେଠାକୁ ଯାଇଥିଲେ। ପରେଏ ନେଇ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଖୋଜାଖୋଜି କରିବାରୁ ଶ୍ରୀ ସେଠୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe