ଉଦ୍ଧାର ହେଲେ ଚିଲିକା ମଧ୍ୟରେ ଫସି ରହିଥିବା ମତ୍ସ୍ୟଜୀବୀ

Advertisment
ଉଦ୍ଧାର ହେଲେ ଚିଲିକା ମଧ୍ୟରେ ଫସି ରହିଥିବା ମତ୍ସ୍ୟଜୀବୀ

ନାଚୁଣୀ :  ଚିଲିକା ବ୍ଲକ୍ ଅନ୍ତର୍ଗତ ନଇରୀ ଗ୍ରାମ ନିକଟସ୍ଥ ଚିଲିକା ପେଣ୍ଠରୁ ଡଙ୍ଗା ଧରି ଚିଲିକା ମଧ୍ୟକୁ ଯାଇଥିବା ଏକ ମତ୍ସ୍ୟଜୀବୀ ଦଳ ଆଜି ସକାଳେ ଡଙ୍ଗା ସହ ହ୍ରଦ ମଧ୍ୟରେ ଫସି ରହିଥିଲେ । ଗତକାଲି ବାତ୍ୟା ଗୁଲାଵ ପ୍ରଭାବରେ ପବନ ବୋହିବା ଯୋଗୁଁ ଚିଲିକାର ଵିଲାତି ଦଳ ବହୁ ପରିମାଣରେ ଚିଲିକା ମଧ୍ୟକୁ ଭାସିଯାଇ କୂଳ ଯାଏଁ ଖେଳାଇ ହୋଇଯାଇଥିଲା।

ମାଛମାରି କୂଳକୁ ଫେରୁଥିବା ଏହି ମତ୍ସ୍ୟଜୀବୀ ଦଳର ଡଙ୍ଗା ସମ୍ମୁଖରେ ବିଲାତି ଦଳ ଆସିଯିବାରୁ ରାସ୍ତା ଅବରୋଧ ହୋଇଯାଇଥିଲା ।  ଏଥିପାଇଁ ଦୀର୍ଘ ସମୟ ଉକ୍ତ ଡଙ୍ଗା ଚିଲିକା ହ୍ରଦ ଭିତରେ ବସି ରହିଥିଲା ।

ଖବର ପାଇ ମଧ୍ୟାହ୍ନରେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ନଇରୀ ପେଣ୍ଠରରୁ ଡଙ୍ଗା ଧରି ଚିଲିକା ହ୍ରଦରୁ ଦଳ ଆଡେଇ ଉକ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲା । ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ ହେଲେ ନଇରୀ ଗ୍ରାମର ଦେଵ ଘଡେଇ, ସିବୁନା ଘଡେଇ ଓ ଭିକାରୀ ଘଡେଇ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe