କୃଷ୍ଣନଗର ବନା ପୋଖରୀରେ ମାଛ ମଡ଼କ, ବିଷକ୍ରିୟା ସନ୍ଦେହ

Advertisment
କୃଷ୍ଣନଗର ବନା ପୋଖରୀରେ ମାଛ ମଡ଼କ, ବିଷକ୍ରିୟା ସନ୍ଦେହ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୩୫ ନମ୍ବର ୱାର୍ଡ଼ ଅନ୍ତର୍ଗତ ଲାଞ୍ଜିପଲ୍ଲୀ କୃଷ୍ଣନଗରସ୍ଥିତ ବନା ପୋଖରୀରେ ମାଛ ମଡ଼କ। ଏହି ପୋଖରୀରେ ହଜାର ହଜାର ସଂଖ୍ୟାରେ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ମାଛ ମଡ଼କର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ପୋଖରୀ ପାଣି ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି। ନିକଟରେ ଡ୍ରେନ୍‌ କାମ ଚାଲିଥିବାବେଳେ ସେଥିରୁ କିଛି ବିଷକ୍ରିୟା ହୋଇଥିବା ନେଇ ସନ୍ଦେହ କରାଯାଉଛି। ମାଛ ମଡ଼କକୁ ନେଇ କିଛି ସ୍ଥାନୀୟ ବାସିନ୍ଦା ମହାନଗର ନିଗମ କମିସନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାରଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ଖବର ପାଇବା ପରେ କମିସନର ଶ୍ରୀ ବୋନ୍ଦାର ଏକ ଟିମ୍ ପଠାଇବା ସହ ପୋଖରୀକୁ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିସନରଙ୍କ ନିର୍ଦ୍ଦେଶକ୍ରମେ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଓ ମତ୍ସ୍ୟ ବିଭାଗର ଅଧିକାରୀ ପହଂଚି ତଦନ୍ତ କରିବା ସହ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ମାଛ ମଡ଼କର ପ୍ରକୃତ କାରଣ ଜଣାପଡିବ।

ସୂଚନାଯୋଗ୍ୟ ଲାଞ୍ଜିପଲ୍ଲୀସ୍ଥିିତ ଏହି ପୋଖରୀ ଉପରେ କୃଷ୍ଣନଗର ସମେତ ନିକଟବର୍ତ୍ତୀ ଅଞ୍ଚଳବାସୀ ନିର୍ଭର କରିଥାନ୍ତି। ଉକ୍ତ ଅଞ୍ଚଳବାସୀ ବିଶେଷ କରି ଏହି ପୋଖରୀରେ ଗାଧୁଆପାଧୁଆ ଠାରୁ ଆରମ୍ଭ କରି ଲୁଗା ସଫା ସମେତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ବ୍ରହ୍ମପୁର ସହରରେ ପୋଖରୀ ଗୁଡ଼ିକର ପୁନରୁଦ୍ଧାର କାମ ଚାଲିଥିବା ବେଳେ ଉକ୍ତ ପୋଖରୀର ଚାରିକଡ଼ ଆବର୍ଜନାରେ ଭରପୁର ହୋଇ ରହିଛି। ମାଛ ମଡ଼କକୁ ନେଇ ଅଞ୍ଚଳବାସୀ ବି ଭୟଭୀତ ହୋଇପଡିଛନ୍ତି। ପୋଖରୀ ପାଣି ଯଦି ବିଷକ୍ରିୟା ହୋଇଥିବ ତେବେ ଏହି ପାଣିକୁ ସେମାନେ ବ୍ୟବହାର କରିବେ ନା ନାହିଁ ସେଥିନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। ମହାନଗର ନିଗମ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ସାହିବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe