ଭଦ୍ରକ ଜିଲ୍ଲା ଧାମରାରେ ପୁଣି ବୋଟ ବୁଡି ଜଣେ ଧୀବରଙ୍କ ମୃତ୍ୟୁ

Advertisment
ଭଦ୍ରକ ଜିଲ୍ଲା ଧାମରାରେ ପୁଣି ବୋଟ ବୁଡି ଜଣେ ଧୀବରଙ୍କ ମୃତ୍ୟୁ

Dailyhunt

ଭ୍ରଦକ: ବାତ୍ୟା ପୂର୍ବରୁ ସମୁଦ୍ରକୁ ଯିବାକୁ ପ୍ରଶାସନିକ ସ୍ତରରେ ବାରଣ କରାଯିବା ସତ୍ତ୍ୱେ ବହୁ ମତ୍ସ୍ୟଜୀବୀ ଏହାକୁ ଖାତିର କରି ନଥିଲେ। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମରାର କାଳିନାଳୀରେ ଏକ ମାଛଧରା ବୋଟ୍‌ ସମୁଦ୍ର ଭିତରକୁ ଯାଇଥିବା ସମୟରେ ବୁଡ଼ିଯାଇଥିଲା। ଏଥିରେ ଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଆଜି ପୁଣି ଅପରାହ୍ନରେ ପବନ ଯୋଗୁ ଧାମରା ତାଳଚୁଆରେ ବୋଟରୁ ସମୁଦ୍ରକୁ ଖସି ଜଣେ ଧୀବରଙ୍କ ମୃତ୍ୟୁ ଘଟିଛି। ମୃତ ଧୀବରଙ୍କ ନାମ ଲାଲମୋହନ ଟୁଡୁ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଉଦଳା ଲାଲମୋହନ ଟୁଡୁ ମାଛ ଧରି ବୋଟର ଲଙ୍ଗର ବାନ୍ଧୁଥିବା ବେଳେ ପବନ ଅତି ଜୋରରେ ବୋହି ଥିଲା। ଏହି ସମୟରେ ଅସାବଧାନତା ହେତୁ ସେ ବୋଟରୁ ସମୁଦ୍ରକୁ ଖସି ପଡ଼ିଥିଲେ। ଏହି ଘଟଣା ସମୟରେ ଖବର ପାଇଁ ଲାଲମୋହନଙ୍କୁ ସମୁଦ୍ର ଭିତରୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଲାଲମୋହନଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe