‘ଫିଟ୍ ଇଣ୍ଡିଆ ଫିଟ୍ ଜୟପୁର’ ଅଭିଯାନ ଜୋର ଧରିଲା

‘ଫିଟ୍ ଇଣ୍ଡିଆ ଫିଟ୍ ଜୟପୁର’ ଅଭିଯାନ ଜୋର ଧରିଲା

Sambad

ଜୟପୁର: ନିଜେ ଫିଟ୍‌ ରହିବା ଏବଂ ଅନ୍ୟକୁ ଫିଟ୍‌ ରଖିବା ସହ ସାମାଜିକ ସଚେତନତା ବାର୍ତ୍ତା ଦେଇ ସୁସ୍ଥ ଓ ବିକଶିତ ସମାଜ ଗଠନରେ ଅଣ୍ଟାଭିଡ଼ିଛନ୍ତି ଜୟପୁର ସହରର ବହୁ ଯୁବ ସ୍ବେଚ୍ଛାସେବୀ। ‘ସିୱା’ ଅନୁଷ୍ଠାନ ପକ୍ଷରୁ ଗତ କିଛି ସପ୍ତାହ ହେବ ରବିବାର ଦିନ ଚାଳିଥିବା ଅଭିଯାନ ‘ସାଇକେଲ ଚଲାଅ ସୁସ୍ଥ ରୁହ’ ଓ ପୂର୍ବରୁ ଚାଳି ଆସିଥିବା ପରିବେଶ ପ୍ରଦୁଷଣକୁ ରୋକିବା, ବୃକ୍ଷରୋପଣ କରିବା ଏବଂ ପଲିଥିନ୍ ବର୍ଜନ ଅଭିଯାନରେ ଏମାନେ ସାମିଲ ହୋଇଛନ୍ତି। ‘ଫିଟ୍ ଇଣ୍ଡିଆ ଫିଟ୍‌ ଜୟପୁର’ ନାରା ଦେଇ ଗତ କିଛି ରବିବାର ଭଳି ଆଜି ବି ଏହି ଦଳ ରାଜନଅରର ସିଂହଦ୍ବାରରୁ ୧୭ଜଣିଆ ଦଳ ବାହାରିଥିଲେ। ଏହି ଦଳ ବାହାରି ସହରର ବିଭିନ୍ନ ସାହି, ଗଳିରୁ ବିଭିନ୍ନ ଗାଁକୁ ଯାଇ ସଚେତନତା ସୃଷ୍ଟି କରୁଛନ୍ତି। ପରିବେଶ ପ୍ରଦୁଷଣକୁ ରୋକିବା, ପଲିଥିନ୍ ବର୍ଜନ, ବୃକ୍ଷରୋପଣ, ସୁନ୍ଦର ସ୍ବାସ୍ଥ୍ୟ ଗଠନ, ନିଜ ନିଜ ବାରିରେ ଜୈବିକ ସାର ବ୍ୟବହାର କରି ପନିପରିବା ଚାଷ କଭଳି କରି ହେବ ସେ ଉପରେ ପରାମର୍ଶ ଦେଉଛନ୍ତି।

ଆଜି ୨୦ଜଣ ସଭ୍ୟ ଜୟପୁର ରାଜନଅରରୁ ବାହାରି ଏମଜିରୋଡ, ମେଇନ୍ ରୋଡ, ବାରିଣୀପୁଟ, ଲୋୟର କୋଲାବ, ଓସିସି କୋଲନୀ, ୟୋଲୋ ଡ୍ୟାମ, ଟାଙ୍କୁଆ, ତୁରୁଡ଼ିପୁଟ ଗାଁ ପର୍ୟ୍ୟନ୍ତ ଦେଇ ଜୟପୁର ସହରକୁ ଫେରିଥିଲେ ବୋଲି କହିଛନ୍ତି ଅନୁଷ୍ଠାନର ସଭାପତି ଅଜୟ ମିଶ୍ର। ଏହି ଦଳର ନେତୃତ୍ବ ନେଇଥିଲେ କେ. ମୋହନ ରାଓ। ଏଥିରେ ଥିଲେ ସଭାପତି ଶ୍ରୀ ମିଶ୍ର, ସଂପାଦକ ପ୍ରତାପ ପଟ୍ଟନାୟକ, ପ୍ରଦୀପ୍ତ ସାହୁ, ରଂଜିତ ନାୟକ, ରମେଶ ପଟ୍ଟନାୟକ, ପି.ଶ୍ରୀନିବାସ, ବିନାୟକ ମହାପାତ୍ର, ଅଶୋକ ଚୌଧୁରୀ, ସୋନୁ ଏବଂ ପିୟୁଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe