ସୁନ୍ଦରଗଡ଼ ଜିଲ୍ଲାର ୫ କୃଷି କର୍ମଚାରୀଙ୍କୁ ପ୍ରଶଂସା ପତ୍ର

ସୁନ୍ଦରଗଡ଼ ଜିଲ୍ଲାର ୫ କୃଷି କର୍ମଚାରୀଙ୍କୁ ପ୍ରଶଂସା ପତ୍ର

ସୁନ୍ଦରଗଡ଼: ୫-ଟି କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘ଦକ୍ଷତା’ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୫ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଶୁକ୍ରବାର ଦିନ ଭିଡିଓ କନଫରେନ୍‌ସିଂ ଜରିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ଏଭଳି ଦକ୍ଷ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି। ସେପ୍ଟେଟର ଏବଂ ଅକ୍ଟୋବର ମାସ ପାଇଁ ଜିଲ୍ଲାର ୫ ଜଣ କୃଷି ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସାପତ୍ର ମିଳିଛି। ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ସହ ଚାଷୀମାନଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସେପ୍ଟେଟର ମାସ ପାଇଁ କୁତ୍ରା ବ୍ଲକର କୃଷି ଅଧିଦର୍ଶକ ଦୁର୍ଯ୍ୟୋଧନ ପ୍ରଧାନ, ଟାଙ୍ଗରପାଲି ବ୍ଲକର ସହକାରୀ କୃଷି ଅଧିକାରୀ ଅଶୋକ କୁମାର ନାଏକ ସମ୍ମାନିତ ହୋଇଛନ୍ତି। ସେହିପରି ଅକ୍ଟୋବର ମାସ ପାଇଁ ନୂଆଗାଁ ବ୍ଲକର କୃଷି ଅଧିଦର୍ଶକ ନୟନା ଦେଈ, ଟାଙ୍ଗରପାଲି ବ୍ଲକର ଭିଏଡବ୍ଲ୍ୟୁ ନନ୍ଦିତା ପଟେଲ ଏବଂ ଅନୁରାଗ ସାହୁଙ୍କୁ ସମ୍ମାନିତ କରାଯାଇଛି। କୃଷି ବିଭାଗର ଏହି କର୍ମଚାରୀମାନଙ୍କୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାଶ ପ୍ରଶଂସାପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ବିଭିନ୍ନ ଅନଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ତା’ ମଧ୍ୟରେ ରହିଛି ରାଜ୍ୟର ଚାଷୀ ଓ କୃଷି କର୍ମଚାରୀମାନଙ୍କ ପାଇଁ କୃଷକ ଡାଟାବେସ୍‌, କୃଷି ସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନଲାଇନ ଲାଇସେନ୍‌ସ ପ୍ରଦାନ ଏବଂ ବିଭାଗର ଦକ୍ଷ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଇତ୍ୟାଦି।

‘ଦକ୍ଷତା’ କାର୍ଯ୍ୟକ୍ରମ ଅଧୀନରେ ଆଜି ସେପ୍ଟେଟର ମାସ ପାଇଁ ୨୨ ଜଣ କୃଷି କର୍ମଚାରୀ ଓ ଅକ୍ଟୋବର ମାସ ଲାଗି ୩୮ ଜଣ କର୍ମଚାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe