ବିପୁଳ ପରିମାଣର ମଦ ସହିତ ଅଟୋ ଜବତ, ପାଞ୍ଚ ଗିରଫ

Advertisment
ବିପୁଳ ପରିମାଣର ମଦ ସହିତ ଅଟୋ ଜବତ, ପାଞ୍ଚ ଗିରଫ

Sambad

ଭଦ୍ରକ: ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପ-ଅଧିକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ, ସାବରଙ୍ଗ ଓ ପୁରୁଣାବଜ଼ାର ଥାନା ଅନ୍ତର୍ଗତ ଅର୍ଣ୍ଣପାଳଛକ, କେଶପୁର, ହାତୀସାହି, ବାଙ୍କାବଜାର ଓ ପଠାଣମହଲା ଗ୍ରାମ ଅଞ୍ଚଳରେ ଚଢଉ କରାଯାଇ ୬୧.୨୦୦ ଲିଟର ବିଦେଶୀ ମଦ, ୬୫ ଲିଟର ଆସ୍କା ଫର୍ଟି ମଦ ଏବଂ ଗୋଟିଏ ଯାତ୍ରୀବାହି ଅଟୋ (ଓଡି-୨୨ଜି-୪୭୯୮) ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଅର୍ଣ୍ଣପାଳ ଗ୍ରାମର ସହଦେବ ପୃଷ୍ଟି, କେଶପୁର ଗ୍ରାମର ରାଖାଲ ବେହେରା, ହାତୀସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତ, ବାଙ୍କାବଜାର ଗ୍ରାମର ମହେଶ୍ୱର ବେହେରା ଓ ପଠାଣମହଲା ଗ୍ରାମର ମୁରଲୀଧର ବେହେରା। ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢଉରେ ସହକାରୀ ଉପ-ନିରୀକ୍ଷକ ପ୍ରହଲ୍ଲାଦ ସାମଲ ଓ ରମେଶ ନାୟକ, କନେଷ୍ଟବଳ ଅଜିତ କୁମାର ସିଂହଙ୍କୁ, ଅନବାଦିତ୍ୟ ବାରିକ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ରାମଚନ୍ଦ୍ର ନାୟକ, ଜେମାମଣୀ ଜାମୁଡା, ଶୁଭ୍ରାମିନି ଦାସ ପ୍ରଭୃତି ସାମିଲ ଥିଲେ। ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୫ଟି ମାମଲା ରୁଜ୍ଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe