ଏଟିଏମ୍‌ ଟଙ୍କା ନେଇ ଫେରାର ଘଟଣା: ଡ୍ରାଇଭର ସହ ୫ ସହଯୋଗୀ ଗିରଫ, ୫୫.୭୬ ଲକ୍ଷ ଜବତ

Advertisment
ଏଟିଏମ୍‌ ଟଙ୍କା ନେଇ ଫେରାର ଘଟଣା: ଡ୍ରାଇଭର ସହ ୫ ସହଯୋଗୀ ଗିରଫ, ୫୫.୭୬ ଲକ୍ଷ ଜବତ

ନୂଆପଡ଼ା: ଏଟିଏମ ଟଙ୍କା ନେଇ ଫେରାର ଘଟଣାରେ ଡ୍ରାଇଭର ସହ ୫ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫୫ ଲକ୍ଷ ୭୬ ହଜାର ୭୫୦ ଟଙ୍କା ଜବତ କରିଛି ।

ନୂଆପଡା ଜିଲ୍ଲା ଖଡ଼ିଆଳ ଏଟିଏମ ଗାଡ଼ିରେ ଟଙ୍କା ନେଇ ଡ୍ରାଇଭର ଜୟରାମ ମାଝୀ ଫେରାର ହୋଇଥିବା ବେଳେ ନୂଆପଡା ପୁଲିସ ଅତି ଶୀଘ୍ର ଗିରଫ କରି ଚୋରି ହୋଇଥିବା ଟଙ୍କାରୁ ୯୬% ପ୍ରତିଶତରୁ ଊର୍ଦ୍ଧ୍ବ ଟଙ୍କା ଉଦ୍ଧାର କରିଛି। ଗତ ୬ ତାରିଖ ଦିନ ଏଟିଏମ ଟଙ୍କା ଭରିବା ଗାଡି ରୁ ୫୭ ଲକ୍ଷ ଟଙ୍କା ନେଇ ଡ୍ରାଇଭର ଫେରାର ହୋଇଥିଲା। ଏହି ଘଟଣା ନେଇ ଖଡ଼ିଆଳ ସହ ନୂଆପଡା ପୁଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲେ। ଏଟିଏମ ଟଙ୍କା ନେଉଥିବା ଗାଡିକୁ ଭରୁଆକାନି ଠାରେ ଛାଡି ଡ୍ରାଇଭର ଟଙ୍କା ନେଇ ଫେରାର ହୋଇଥିଲା। ସେଠାରୁ ଟଙ୍କା ବର୍ଷା ଜଳରେ ଭିଜି ଯିବା ନେଇ ଏକ ଛତା ପାଇଁ ପାଞ୍ଚଲକ୍ଷ ଟଙ୍କା ଦେଇଥିଲା। ପରେ ସାଇକେଲର ପଛ ପଟେ ଲିଫ୍ଟ ନେଇ ବଲାଙ୍ଗୀର ଜିଲ୍ଲା କନ୍ଦେଇ ଗ୍ରାମକୁ ଯାଇଥିଲା। ସେଠାରୁ ତାଙ୍କ ଭଉଣୀ ଘର କୋମନା ବ୍ଲକ ଛତା ପତେଲପଡା ଗ୍ରାମକୁ ଯାଇଥିଲେ।

publive-image

ନୂଆପଡା ପୁଲିସ ମିଳିତ ରୂପେ ଚଢ଼ଉ କରି ଅଭିଯୁକ୍ତ ଡ୍ରାଇଭର ଜୟରାମ ମାଝୀକୁ ଧରିବାରେ ସଫଳ ହୋଇଥିଲେ। ଏହି ଘଟଣାରେ ସେ ଜଣେ ମାତ୍ର ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ଚୋରି ଟଙ୍କା ରଖିବାରେ ସହଯୋଗ କରିଥିବାରୁ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଆଜି ଏସପି ନୂଆପଡା ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe