ଗଂଜାମ: ଡକାୟତି ଯୋଜନା ବିଫଳ, ବୋମା-ମାରଣାସ୍ତ୍ର ସମେତ ୫ ଡକାୟତ ଗିରଫ

Advertisment
ଗଂଜାମ: ଡକାୟତି ଯୋଜନା ବିଫଳ, ବୋମା-ମାରଣାସ୍ତ୍ର ସମେତ ୫ ଡକାୟତ ଗିରଫ

ଭଂଜନଗର: ଗଂଜାମ ଜିଲ୍ଲାର ସୋରଡ଼ା ପୁଲିସ ଶନିବାର-ରବିବାର ମଧ୍ୟ ରାତ୍ରିରେ ଡକାୟତି ଯୋଜନା ବିଫଳ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଲାଠପଡ଼ା ଗାଁର ବିଦ୍ୟାଳୟ ପରିସରରୁ ୫ ଜଣ ଡକାୟତଙ୍କୁ ଚଢ଼ାଉ କରି ଗିରଫ କରିବା ସହ ସେମାନଙ୍କର ଠାରୁ ୨ଟି ବୋମା ଓ ମାରଣାସ୍ତ୍ର ଜବତ ହୋଇଛି ବୋଲି ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ସାମନ୍ତରାସାହି ଆଠଗଡ଼ପାଟଣାର ହାଡ଼ି ନାୟକଙ୍କ ପୁଅ ଅକ୍ଷୟ ନାୟକ (୨୫), ତୋଟା ସାହି ବଡ଼ ଅନୁଗୁଳ ଗ୍ରାମର ଯୋଗେନ୍ଦ୍ର ସ୍ୱାଇଁଙ୍କର ପୁଅ ତନୁଜ ସ୍ୱାଇଁ (୨୫), କେ.ଏସ୍‌ ନଗର ହରିଜନସାହିର ସ୍ୱର୍ଗତ ଆଲିୟା ନାୟକଙ୍କ ପୁଅ ପପୁ ନାୟକ (୨୨), ବାନ୍ଧସାହି ଗୁଣ୍ଠପଡ଼ାର କୁଂଜବିହାରୀ ସ୍ୱାଇଁଙ୍କର ପୁଅ ଅଜିତ କୁମାର ସ୍ୱାଇଁ (୨୮) ଓ ବିଡିପୁର ଅଭିମୁନ୍ୟ ସ୍ୱାଇଁଙ୍କର ପୁଅ ଶତ୍ରୁଘ୍ନ ସ୍ୱାଇଁ (୨୫) ଗିରଫ ହୋଇଛନ୍ତି।

୫ ଜଣଙ୍କୁ ଗିରଫ କରିବା ସହିତ ପୁଲିସ ଗୋଟିଏ ପିସ୍ତଲ, ୨ଟି ଜୀବନ୍ତ ବୋମା, ୨ଟି ଖଣ୍ଡା, ଗୋଟିଏ କଳା ହେଲ୍‌ମେଟ୍‌, ୨ଟି ଲୁହା ଛଡ଼, ୩ଟି ଖାଲି ମଦ ବୋତଲ ଜବତ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଶତ୍ରୁଘ୍ନ ସ୍ୱାଇଁଙ୍କ ନାଁରେ ଜଗନ୍ନାଥ ପ୍ରସାଦ ଥାନାରେ ୧୨ଟି ଅପରାଧିକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe