ଡକାୟତି ଓ ଛିନତାଇ ମାମଲାରେ ୫ ଗିରଫ 

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଖୋର୍ଦ୍ଧା: ଏକ ଡକାୟତି ମାମଲାରେ ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ ଆଜି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, ଗତକାଲି ରାତିରେ ମୁକୁନ୍ଦପ୍ରସାଦ ନିକଟରେ ଡକାୟତ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଏଥିରେ ଜଟଣୀ ଛତାବର ନିକଟସ୍ଥ ଅରିଚଲର ଶ୍ରୀକାନ୍ତ ରାଉତରାୟ (୨୫), ଜଟଣୀ ସହରର ଲିଟୁ ସ୍ୱାଇଁ (୨୧), ଅନନ୍ତ ଦାସ (୨୧), ମୁକୁନ୍ଦପ୍ରସାଦର ଦୀପକ କୁମାର ନାୟକ (୩୧), ଫାରୁକ୍‌ ଖାଁ (୨୯) ଓ ମହମ୍ମଦ ସରିଫ୍‌ ଖାଁ (୨୮)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଛିନ୍‌ତାଇ, ଡକାୟତ ଭଳି ଅନେକ ମାମଲା ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୯୯, ୪୦୨, ୨୫ ବେଆଇନ ଅସ୍ତ୍ରଶସ୍ତ୍ର ଦଫାରେ ୩୯୪/୨୦୨୦ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe