ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ: ୬ବୁଲେଟ ସହ ୩ ବାଇକ୍ ଉଦ୍ଧାର, ୨ମାଷ୍ଟର ମାଇଣ୍ଡ ସମେତ ୫ଗିରଫ

ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ: ୬ବୁଲେଟ ସହ ୩ ବାଇକ୍ ଉଦ୍ଧାର, ୨ମାଷ୍ଟର ମାଇଣ୍ଡ ସମେତ ୫ଗିରଫ

ଜୟପୁର: ଗତ ୪୦ଦିନ ହେବ ଜୟପୁର ଟାଉନ ପୁଲିସର ନିଦ ହଜାଇ ଦେଇଥିଲେ ବାଇକ୍ ଲୁଟେରା ଗ୍ୟାଙ୍ଗ। ଏମାନେ ଖାସ୍ କରି ଦାମିକିଆ ବୁଲେଟ୍, କେଟିଏମ୍ ଭଳି ବାଇକକୁ ରାତିରେ ଅଧରେ ଲୁଟି ନେଉଥିଲେ। ଏହି ଗ୍ୟାଙ୍ଗକୁ ଧରିବାରେ ଜୟପୁର ଟାଉନପୁଲିସକୁ ମିଳିଛି ସଫଳତା। ଏହି ଅପରାଧି ଗ୍ୟାଙ୍ଗ ନିକଟରୁ ୬ଟି ବୁଲେଟ, ଗୋଟିଏ କେଟିଏମ୍ , ୨ଟି ହିରୋହଣ୍ଡା ବାଇକ ମିଳିଛି। ସେଭଳି ୨ଜଣ ମାଷ୍ଟର ମାଇଣ୍ଡଙ୍କ ସହ ଅନ୍ୟ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା ।

ଗତ ୫ତାରିଖ ଦିନ ଜୟପୁର ଲିଙ୍ଗରାଜ ନଗର ଅଂଚଳରେ ରହୁଥିବା ବି.ଗଣେଶଙ୍କ ବୁଲେଟ ଚୋରି ହୋଇଥିଲା। ସେ ଏ ନେଇ ଜୟପୁର ଟାଉନଥାନାରେ ଏତଲା ଦେଇଥିଲେ। କୋରାପୁଟ ଏସପି ଜି.ବରୁଣଙ୍କ ନିର୍ଦେଶରେ ଜୟପୁର ଟାଉନଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ ଓ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁରଙ୍କୁ ନେଇ ପୃଥକ ପୃଥକ୍ ଭାବେ ଦୁଇଟି ଦଳ ଗଠନ କରି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପ୍ରଥମେ ଜୟପୁର ସଦରଥାନା ଅର୍ନ୍ତଗତ ମଜୁରମୁଣ୍ଡାର ଦେବେନ୍ଦ୍ର ନାଗ ଓରଫ ଭେଲୁକୁ (୨୧) ପୁଲିସ ହାତରେ ଧରାପଡ଼ିଥିଲେ।

publive-image

ସବଇନିସପେକ୍ଟର ରିଗାନ୍ କିଣ୍ଡୋ ଅଭିଯୁକ୍ତଙ୍କୁ ଧରି ପଚାରାଉଚାରା କରିଥିଲେ। ଅଭିଯକ୍ତ ଦେବେନ୍ଦ୍ର ଓ ଉମୁରୀର ଅଭିଯୁକ୍ତ ସୁରେନ୍ଦ୍ର ଖୋସ୍ଲା ଓରଫ ଲକି ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୋଲି ସ୍ବୀକାର କରିଥିଲେ।  ସେଭଳି ଏହି ଦଳରେ ଥିବା ଅନ୍ୟ ଅଭିଯୁକ୍ତ ମାନେ ହେଲେ ପଟାଙ୍ଗୀ ଥାନା ଅର୍ନ୍ତଗତ ଜାଙ୍ଗରଡ଼ା ଗାଁର ଘାସିରାମ ହନ୍ତାଳ ଓରଫ ରାମ, ପୁକାଲି ମାଳିଗୁଡାର ବାବିଲିଅନ୍ ପାଙ୍ଗୀ, ନନ୍ଦପୁର ଥାନା ଅର୍ନ୍ତଗତ ମାଳିବୁରୁଦା ଗାଁର ସାମୁଏଲ୍ ହନ୍ତାଳ, ମାଙ୍ଗଳିଗୁଡାର ରାଜୁ ଖିଲ୍, ମାଛକୁଣ୍ଡ ଥାନା ଅର୍ନ୍ତଗତ ଅନକାଡିଲ୍ଲୀ ବାଟରିପାଲ ଗାଁର ଲକ୍ଷ୍ମୀଧର ଖିଲ୍ । ସଂପୂର୍ଣ୍ଣ ଗ୍ୟାଙ୍ଗ ବାଇକ ଗୁଡ଼ିକ ଲୁଟ କରି ଏହା ଜରିଆରେ ବିଭିନ୍ନ ଅପରାଧିକ ମାମଲା ସହ ଗଂଜେଇ ଚୋରାଚାଲାଣ କରୁଥିବା ଅଭିଯୁକ୍ତଙ୍କ ଗାଡ଼ି ଗୁଡ଼ିକର ଏସକଟିଂ ଓ ପାଟ୍ରୋଲିଂ ବି କରିଥିବା କହିଛନ୍ତି ଏସଡିପିଓ।

ଅଭିଯୁକ୍ତ ଦେବେନ୍ଦ୍ରର ନାଁରେ ଜୟପୁର ସଦରଥାନାରେ ପୂର୍ବରୁ ୪ଟି ମାମଲା ରହିଛି। ସେଭଳି ଅଭିଯୁକ୍ତ ସୁରେନ୍ଦ୍ରର ନାଁରେ ଜୟପୁର ସଦରଥାନାରେ ୨ଟି, ଦାମନଯୋଡି ଓ ବୋରିଗୁମ୍ମା ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ସୂଚନା ଦେଇଛନ୍ତି ଏସଡିପିଓ। ଏହି ଗ୍ୟାଙ୍ଗ ସହ ସଂପୁକ୍ତ ରହି ଅନ୍ୟ ଗ୍ୟାଙ୍ଗ କିମ୍ବା ଅଭିଯୁକ୍ତ ବି ରହିଥିବା ପୁଲିସର ତଦନ୍ତପରିସରରେ ରହିଥିବା କହିଛନ୍ତି ଏସଡିପିଓ। ସହରର ବହୁ ଗନ୍ୟମାନ୍ୟ  ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦାମିକିଆ ବାଇକ ଗୁଡ଼ିକୁ ଏହି ଲୁଟେରା ଗ୍ୟାଙ୍ଗ ଲୁଟ୍ କରି  ନେଇଥିଲେ। ବାଇକ୍ ଗୁଡ଼ିକ ମିଳିବା ପରେ ଉମେଶ ଚନ୍ଦ୍ର ମିଶ୍ର, ନୀଳ ମାଧବ ରଥ, ଏସ୍.ରାମ କ୍ରୀଷ୍ଣା, ବି.ଗଣେଷ ପ୍ରମୁଖ ପୁଲିସର ପଦକ୍ଷେପକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe