ଡକାୟତି ପୂର୍ବରୁ ୫ ଅଭିଯୁକ୍ତଙ୍କୁ ପୁଲିସ କାବୁ କଲା

ଡକାୟତି ପୂର୍ବରୁ ୫ ଅଭିଯୁକ୍ତଙ୍କୁ ପୁଲିସ କାବୁ କଲା

Sambad

ଖୋର୍ଦ୍ଧା: ଡକାୟତି କରିବା ପୂର୍ବରୁ ପୁଲିସ ହାତରେ ୫ଜଣ ଅଭିଯୁକ୍ତ ଧରା ପଡ଼ିଛନ୍ତି। ଆଜି ସେମାନଙ୍କୁ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୋମବାର ରାତିରେ ପୁଲିସକୁ ସୂଚନା ମିଳିଥିଲା ଯେ ଖୋର୍ଦ୍ଧା-ଜଟଣୀ ବାଇପାସ୍ ରାସ୍ତାର ଗୋଶାଳା ପଡ଼ିଆ (ମୋଦୀ ପଡ଼ିଆ)ର ଏକ ପରିତ୍ୟକ୍ତ ଗୃହରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଆଦି ସହ ଏକତ୍ରିତ ହୋଇଛନ୍ତି। ସୂଚନା ମିଳିବା ପରେ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦେଶରେ ଏସ୍‌ଡ଼ିପିଓ ଦିଲ୍ଲୀପ କୁମାର ଦାସ ଓ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ଏକ ପୁଲିସ ଟିମ୍ ଉକ୍ତ ସ୍ଥାନରେ ଭୋର ୩ଟା ବେଳେ ଚଢ଼ଉ କରିଥିଲା।

ଏଥିରେ କାମନାବରସାହିର କୁନା ନାୟକ (୨୪) ଓ ପୂର୍ଣ୍ଣଚନ୍ଦ୍ର ନାୟକ (୩୫), ଅରାଙ୍ଗର ଲିପୁ ପାଇକରାୟ(୩୬), ମୁକୁନ୍ଦପ୍ରସାଦର ମହମ୍ମଦ ଖାଁନ ଓରଫ କୁଲୁ (୨୨) ଓ ଫାରୁକ୍ ଖାଁ (୨୨) ଧରା ପଡ଼ିଥିଲେ। ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଦୁଇଟି ଲୁହାଛଡ଼ ଜବତ କରାଯାଇଛି। ପଚରାଉଚୁରାରେ ସେମାନେ ଏକ ମାଲବୋଝେଇ ଟ୍ରକ୍କୁ ଲୁଟ କରିବାକୁ ଯୋଜନା କରୁଥିଲେ। ଏନେଇ ଏସ୍‌ଡ଼ିପିଓ ଦିଲ୍ଲୀପ କୁମାର ଦାସ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏନେଇ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ୨୯୦/୨୦୨୩ ମାମଲାରେ ଆଇପିସି ଦଫା ୩୯୯ ଓ ୪୦୨ରେ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ମାମଲାର ଅଧିକ ତଦନ୍ତପାଇଁ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀଙ୍କୁ ବାସୁଦେବ ଜୟସିଂହଙ୍କୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe