ଗୁଣିଗାରେଡି ସନ୍ଦେହ କରି ମାଡ ମାରିବା ଘଟଣା, ୫ ଜଣକୁ ଗିରଫ କଲା ପୁଲିସ

ଗୁଣିଗାରେଡି ସନ୍ଦେହ କରି ମାଡ ମାରିବା ଘଟଣା, ୫ ଜଣକୁ ଗିରଫ କଲା ପୁଲିସ

Sambad

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ କାମବେଡା ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମର ପଡିଆମୀ ପରିବାରକୁ କାବାସି ପରିବାରର ଲୋକେ ଗୁଣିଗାରେଡି କରିଥିବା ନେଇ ସନ୍ଦେହ କରି ନିସ୍ତୁକ ମାଡ ମାରିବା ସହ ଜୀବନରେ ମାରିଦେବାର ଧମକ ଦେବା ପରେ ପରିବାର ଲୋକେ ମାଲକାନଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏନେଇ ତଦନ୍ତ କରି ଆଜି କାମବେଡା ଗ୍ରାମର ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଙ୍ଗା କାବାସି, ଅଜୟ ମାଡକାମୀ, ରାଜେଶ କାବାସି, ମନ୍ଦେ ମାଢୀ ଏବଂ ଗଙ୍ଗା ମାଢୀ।

ଏମାନେ ପଡିଆମୀ ପରିବାରକୁ ଦୀର୍ଘଦିନ ଗୁଣିଗାରେଡି କରୁଥିବା ନେଇ ଅଭିଯୋଗ କରି ଗଣ୍ଡଗୋଳ କରିଆସୁଥିଲେ। ତେବେ କାବାସି ପରିବାରର ଜଣେ ବ୍ୟକ୍ତି ରୋଗରେ ପଡି ମୃତ୍ୟୁବରଣ କରିବା ପରେ ସେହି ପରିବାର ସ୍ପଷ୍ଟ ହୋଇଯାଇଥିଲେ ଯେ ଏହି ପରିବାର ଲୋକେ ହିଁ ଆମ ପରିବାରର ଜଣେ ବ୍ୟକ୍ତିକୁ ଗୁଣିଗାରେଡି କରି ହତ୍ୟା କରିଛି। ତେଣୁ ତାଙ୍କୁ ଗ୍ରାମସଭାରେ ମାଡ ମାରିବା ସହ ଜୀବନରେ ମାରିଦେବାର ଧମକ ଦେଇଥିଲେ। ପୁଲିସ ଏହି ୫ ଜଣକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe