ନିଖୋଜ ଯୁବକଙ୍କ ଶବ ଉଦ୍ଧାର, ୫ ଗିରଫ

Advertisment
ଟ୍ରାଫିକ୍‌ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

new indian express

ଖପ୍ରାଖୋଲ: ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗାଁର ବସନ୍ତ ରଣା (୨୨ବର୍ଷ)ଙ୍କ ଶବ ଜଙ୍ଗଲ ନିକଟରୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବସନ୍ତ ଗତ ମଙ୍ଗଳବାରରୁ ନିଖୋଜ ଥିବା ବିଷୟରେ ତାଙ୍କ ବାପା ରାଧାମୋହନ ରଣା ଗୁରୁବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ବସନ୍ତ ବାଗଡିଆ ଗାଁକୁ ଯାଇଥିବା ଜାଣିବାକୁ ପାଇଥିଲା। ପରେ ଲାଠୋର ଥାନା ସୁଲିଆବାହାଲ ଗାଁ ଜଙ୍ଗଲ ନିକଟରୁ ବସନ୍ତଙ୍କ ମୃତଦେହ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ବରେ ଉଦ୍ଧାର କରାଯାଇଥିଲା। ବସନ୍ତ ବାର୍‌ହା ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାରରେ ପଡ଼ି ପ୍ରାଣ ହରାଇଥିଲେ। ଶିକାରୀମାନେ ଘଟଣାକୁ ଲୁଚାଇବାକୁ ଯାଇ ମୃତଦେହକୁ ଘଟଣାସ୍ଥଳରୁ ପ୍ରାୟ ୨ କିମି ଦୂରକୁ ନେଇ ପୋତି ଦେଇଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା। ଏହି ଘଟଣାରେ ସୁଲିଆବାହାଲ ଗାଁର ୫ ଜଣ ଶିକାରୀ ବୈଷ୍ଣବ ଛତର(୨୨), ମର୍ଦରାଜ ପୁଟା(୫୨), କମଳୁ ଧରୁଆ(୬୦), ବିକଳ ଛତର(୪୫), କେଶବ ବିଶ୍ବାଲ(୪୨)ଙ୍କୁ ଗିରଫ କରାଯାଇଛି। ଲାଠୋର ଥାନା କେସ୍‌ ନଂ ୧୪୪/୨୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଲାଠୋର ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe