୪୯୦ ଲିଟର ଦେଶୀ ମଦ ସହ ୫ ବାଇକ ଜବତ, ୫ ଗିରଫ

Advertisment
୪୯୦ ଲିଟର ଦେଶୀ ମଦ ସହ ୫ ବାଇକ ଜବତ, ୫ ଗିରଫ

Sambad

ରାଉରକେଲା: ଅବକାରୀ ପୁଲିସ ଆଜି ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ବ୍ୟାପକ ଚଢ଼ାଉ କରିଛି। ଅତର୍କିତ ଚଢ଼ାଉ କରି ଅବକାରୀ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଇରବନ୍ଧର ହୀରାମଣୀ କୁମ୍ଭାର, ଦସମୀ କୁମ୍ଭାର, ଲୀଳାବତୀ କୁମ୍ଭାର, ସୌଦାମିନୀ ମୁଣ୍ଡା ଓ କାରିଛାପଲର ବନ୍ଧୁ ଚୌନିଆ। ଅଭିଯୁକ୍ତ ମାନଙ୍କ ଠାରୁ ୪୯୦ ଲିଟର ଦେଶୀ ମଦ ଓ ୧୦ ହଜାର ୨ ଶହ କେଜି ମହୁଲ ପୋଚ ଜବତ ହୋଇଛି। ଏହାସହ ମଦ ଚୋରା ଚାଲାଣରେ ନିୟୋଜିତ ୫ଟି ବାଇକକୁ ମଧ୍ୟ ଜବତ କରାଯାଇଛି। ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଖଇରବନ୍ଧ, କାରିଛାପଲ ଅଞ୍ଚଳରେ ଦେଶୀ ମଦ ରନ୍ଧା ଯାଉଥିବା ଅବକାରୀ ପୁଲିସ ଗୁପ୍ତ ସୂଚନା ପାଇଥିଲା।

ସୂଚନାକୁ ଭିତ୍ତିକରି ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଘଟଣାସ୍ଥଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅଭିଯୁକ୍ତ ମାନେ ମଦ ରାନ୍ଧିବାରେ ବ୍ୟସ୍ତ ଥିଲେ। ଅବକାରୀ ପୁଲିସକୁ ଦେଖି ସେମାନେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କୁ କାବୁ କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe