Advertisment

ଖବର ପ୍ରକାଶ ପରେ ୫ ଅନାଥଙ୍କୁ ଉଦ୍ଧାର କଲା ପ୍ରଶାସନ

Advertisment
ଖବର ପ୍ରକାଶ ପରେ ୫ ଅନାଥଙ୍କୁ ଉଦ୍ଧାର କଲା ପ୍ରଶାସନ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକର ବାପନପାଲୀ ପଞ୍ଚାୟତର ତାଟିଗୁଡା ଗ୍ରାମର ୬ ଜଣ ଅନାଥ ପିଲାଙ୍କୁ କରୁଣ କାହାଣୀ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସିଡବ୍ଲୁସି ଏବଂ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏହି ୬ ଜଣଙ୍କ ମଧ୍ୟରୁ ୫ ଜଣ ପିଲାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ଅଣାଯାଇଛି। ପ୍ରକାଶ ଥାଉକି, ତାଟିଗୁଡା ଗ୍ରାମର ଦେବେ କୁଞ୍ଜାମୀଙ୍କର ଅଜଣା ରୋଗରେ ମୃତ୍ୟୁ ହେବା ପରେ ପତ୍ନୀ ଭୀମେ କୁଞ୍ଜାମୀ ଅନ୍ୟତ୍ର ବାହା ହୋଇ ଚାଲି ଯାଇଥିଲେ। ଘରେ ୬ ଜଣ ପିଲାଙ୍କୁ ଏକାକୀ କରି ସେ ଚାଲିଯିବା ପରେ ପିଲାମାନେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏମାନଙ୍କ ମଧ୍ୟରୁ ବଡ ପୁଅ ସନ୍ତୋଷ ଅନ୍ୟତ୍ର ଦାଦନ ଖଟିବାକୁ ଚାଲିଯାଇଥିବା ବେଳେ ଘରେ ୫ ଜଣ ପିଲା ଦିନେ ଖାଇଲେ ଦୁଇଦିନ ଉପବାସ ରହୁଥିବା ନେଇ ସୂଚନା ପାଇବା ପରେ ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇଥିଲା।

ଆଜି ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ତାଟିଗୁଡା ଗ୍ରାମକୁ ଯାଇ ୫ ଜଣ ଶିଶୁଙ୍କୁ ଉଦ୍ଧାରର କରାଯାଇ ସିଡବ୍ଲୁସିଙ୍କ ନିକଟରେ ହାଜର କରାଯାଇଥିଲା। ସିଡବ୍ଲୁସିର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ପିଲାମାନଙ୍କୁ ସେମାନଙ୍କର ସୁବିଧା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କୁ ସମସ୍ତ ବିଷୟ ପଚରାଉଚରା କରିବା ପରେ ଶିଶୁଗୃହରେ ଛାଡି ଦିଆଯାଇଛି। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ ଏହି ପିଲାଙ୍କୁ ଉତ୍ତମ ଖାଦ୍ୟ, ପୋଷାକ ପ୍ରଦାନ କରିବା ସହ ଭଲ ଶିକ୍ଷା ପ୍ରଦାନ କରାଯିବ। ସେଥିପାଇଁ ସମସ୍ତ ବ୍ୟବସ୍ଥା ସରକାରଙ୍କର ରହିଛି। ତେଣୁ ଆଉ ସେମାନେ ଏକାକୀ ନୁହଁନ୍ତି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe