Sambad
ଭୁବନେଶ୍ବର: ଗିରଫ ହେଲେ ପାଞ୍ଚ ଜଣିଆ ଲୁଟେରା ଗ୍ୟାଙ୍ଗ। ମାଳିସାହି ଠାରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କ ଅଭିଯୋଗ ଅନୁଯାୟୀ ଆଜି ପାଞ୍ଚ ଜଣଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଅଭିଯୁକ୍ତ ମାନେ ହେଲେ ଖାରବେଳ ନଗର ୟୁନିଟ୍-୩ ଠାରେ ବାସ କରୁଥିବା ସଞ୍ଜୀ ବେହେରା, ଏସ୍.କେ ମୁନିରୁଲ ଇସଲାମ୍, ଏସ୍.କେ ସିକନ୍ଦର, ଅବଦୁଲ୍ ମୁତାଲିଫ୍ ବଂ ଏସ୍.କେ ରୁଲାମିନ୍।
ସୂଚନା ଅନୁଯାୟୀ, ବିଜେବିନଗର ଠାରେ ବାସ କରୁଥିବା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଗତକାଲି ଅପରାହ୍ନ ୧ଟା ସମୟରେ ଏସି ପାର୍ଟସ୍ କିଣିବା ପାଇଁ ମାଳିସାହି ନିଜ କାର୍ରେ ଯାଇଥିବାବେଳେ କିଛି ବ୍ୟକ୍ତି ତାଙ୍କୁ ଫଲୋ କରିବା ସହ ଜୋର ଜବରଦସ୍ତି ତାଙ୍କ ଗାଡ଼ି ଭିତରକୁ ପଶିଥିଲେ ଏବଂ ଛୁରୀ ଦେଖାଇ ତାଙ୍କ ଗାଡ଼ି ଡ଼୍ରାଇଭରଙ୍କୁ ହତ୍ୟା ଧମକ ଦେବା ସହ ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇଥିଲେ।
Sambadଏନେଇ ସେ ଖାରବେଳ ନଗର ଥାନାରେ ଲିଖତ ଅଭିଯୋଗ କରିଥିଲେ। ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ପାଞ୍ଚ ଜଣିଆ ଏକ ଲୁଟେରା ଗ୍ୟାଙ୍କକୁ ଗିରଫ କରିଥିବାବେଳେ ଦୁଇ ଖଣ୍ତ ସୁନା ଚେନ୍ ଓ ଗୋଟିଏ ଛୁରୀ ଜବତ କରିଛି। ଉକ୍ତ ଅଭିଯୁକ୍ତ ମାନେ ମାଳି ସାହି ଯୁନିଟ୍-୩ ଅଞ୍ଚଳର ହୋଇଥିବାବେଳେ ପୂର୍ବରୁ ବହୁ ଅପରାଧୀକ ମାମଲା ମଧ୍ୟ ରହିଥିବା ପୁଲିସ ସୂଚନା ଦେଇଛି।
Follow Us