ଏକାଧିକ ସ୍ଥାନରେ ପୁଲିସର ଚଢ଼ଉ: ୫୭୦ କିଲୋ ଗଞ୍ଜେଇ ଜବତ, ୫ ଗିରଫ

ଏକାଧିକ ସ୍ଥାନରେ ପୁଲିସର ଚଢ଼ଉ: ୫୭୦ କିଲୋ ଗଞ୍ଜେଇ ଜବତ, ୫ ଗିରଫ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଅର୍କେଲ, କୁଡୁମୁଳୁଗୁମ୍ମା ଏବଂ ମୁଦୁଲିପଡା ପୁଲିସ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫୭୦ କିଲୋ ଗଞ୍ଜେଇ ଜବତ କରିବା ସହ ୫ ଜଣକୁ ଗିରଫ କରିବାରେ ସଫଳତା ପାଇଛି।  ବିଶେଷ ସୂତ୍ରରୁ ଖବର ପାଇ କୁଡୁମୁଳୁଗୁମ୍ମା ଏବଂ ଅର୍କେଲ ପୁଲିସ ନନ୍ଦିନୀଗୁଡା ଠାରୁ ଚଳନଗୁଡା ମଧ୍ୟରେ ପେଟ୍ରୋଲିଂ କରୁଥିବା ବେଳେ ୩ଟି ବାଇକକୁ ଅଟକାଇ ଯାଞ୍ଚ କରିବା ବେଳେ ୨ ଜଣ ଆସାମୀକୁ ଗିରଫ କରାଯାଇଥିବା ବେଳେ ୩ଟି ବାଇକକୁ ଜବତ କରାଯାଇଥିଲା। ଏହି ତିନୋଟି ବାଇକରେ ୧୦୪ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଗିରଫ ହୋଇଥିବା ଅସାମୀମାନେ ହେଲେ ଯୋଡମ୍ବ ଗ୍ରାମର ଭୀମା ମାଢୀ ଏବଂ ବୌପାରିଗୁଡା ବ୍ଲକର ବାତ୍ରିପୁଟ ଗ୍ରାମର ମାଧବ ପରଜାକୁ ଗରିଫ କରାଯାଇଛି।

ସେହିପରି ମୁଦୁଲିପଡା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ପୂଜାରୀଗୁଡା ଗ୍ରାମରେ ଚଢ଼ଉ କରି ମାଟି ତଳେ ପୋତା ଯାଇଥିବା ୪୫୩ କିଲୋ ଗଞ୍ଜେଇକୁ ଜବତ କରିଥିଲା। ଏଥିସହ ଜଣେ ଆସାମୀ ଡ଼ମ୍ବୁରୁଧର ମାଝୀକୁ ଗିରଫ କରାଯାଇଛି। ଅନ୍ୟ ଏକ ଘଟଣାରେ ମୁଦୁଲିପଡା ପୁଲିସ ଏବଂ ବିଏସଏଫ ମିଳିତ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ମଟର ସାଇକେଲରେ ୧୩ କିଲୋ ଗଞ୍ଜେଇ ନେଇ ଯାଉଥିବା ବେଳେ ଜବତ କରିଥିଲେ। ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ହେଲେ କୋଟପାଡ଼ ଗ୍ରାମର କୁମାର ବଳି ଚାଲାଣ ଏବଂ ଭେଙ୍କେଟେଶ୍ୱର ମାଝୀକୁ ପୁଲିସ ଗିରଫ କରିଛି। ଏହି ଦୁଇ ବ୍ୟକ୍ତି କୁଡୁମୁଳୁଗୁମ୍ମା ଅଞ୍ଚଳରୁ କୋଟପାଡ଼ ଅଞ୍ଚଳକୁ ଚାଲାଣ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe