କାର-ଟ୍ରକ ମୁହାଁମୁହିଁ; ୫ ଗୁରୁତର

କାର-ଟ୍ରକ ମୁହାଁମୁହିଁ; ୫ ଗୁରୁତର

ତେଲକୋଇ/କାଞ୍ଜିପାଣି: କେନ୍ଦୁଝର ଜିଲ୍ଲା ସଦର ଥାନା ଅଧୀନ ଜାତୀୟ ରାଜପଥ-୪୯ ର ବାୟାପଣ୍ଡାଧାର ନିକଟରେ ଆଜି ଭୋର ୫ଟା ବେଳେ କାର୍‌-ଟ୍ରକ ମୁହାଁମୁହିଁ ହେବାରୁ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ସମସ୍ତେ ଏକ ଟାଟା ଟିଗର କାର୍ ( ଓଡି ୨୨ ଏସ ୭୯୮୩) ‌ରେ ସମ୍ବଲପୁରରୁ ଭଦ୍ରକ ଫେରୁଥିଲେ। ଏହି ସମୟରେ ଟ୍ରକ (ଏମଏଚ୨ଜି ବିଇ ୧-୫୬୫) ସହ ମୁହାଁମୁହିଁ ଧକ୍କା ଦେଇଥିଲା। ଗୁରୁତର ପାଞ୍ଚଜଣ କାର୍‌ ଯାତ୍ରୀ ହେଲେ ହେଲେ- ଭାରତ କବି, ଅରୁପାନନ୍ଦ ବେହେରା, ଶ୍ରୀକାନ୍ତ ଭୂତିଆ, ଏସେକେ ନଉବ, ଏସକେ ବାବୁ ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe