‘ଏସ୍‌ବିଆଇ’ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କଲା ପୁଲିସ; ୫ ଅନ୍ତରାଜ୍ୟ ଲୁଟେରା ଗିରଫ

୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା, କାର ଓ ୪ ମୋବାଇଲ ଜବତ

‘ଏସ୍‌ବିଆଇ’ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କଲା ପୁଲିସ; ୫ ଅନ୍ତରାଜ୍ୟ ଲୁଟେରା ଗିରଫ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଲୁଟ୍‌ ଘଟଣାରେ ପୁଲିସ ୫ ଅନ୍ତରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ନକଲି ନମ୍ବର ପ୍ଲେଟ ଥିବା କାର ଓ ୪ଟି ମୋବାଇଲ ଜବତ ହୋଇଛି। ଏସପି ରୋହିତ ବର୍ମା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ସକିଲ ଖାନ୍‌ (୨୧), ଫାଜଲ ଓରଫ ଫାଇଜଲ ଖାନ (୨୫), ଶାହରୁଖ ଖାନ (୨୭), ଜାହୁଲ ଖାନ (୨୭) ଓ ନିଖିଲ କୁମାର (୩୩)। ପ୍ରଥମ ୪ ଜଣ ବ୍ୟକ୍ତି ହରିୟାଣାର ଥିବା ବେଳେ ପଞ୍ଚମ ବ୍ୟକ୍ତି ହେଉଛି ବିହାର ନିବାସୀ, ଯିଏକି ଛତିଶଗଡ଼ରେ ରହି ଆସୁଛି।

ସୂଚନାଯୋଗ୍ୟ, ଅନ୍ତରାଜ୍ୟ ଲୁଟେରାମାନେ ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏକ ଏସ୍‌ବିଆଇ ଏଟିଏମରୁ ମଙ୍ଗଳବାର-ବୁଧବାର ରାତିରେ ୧୯ ଲକ୍ଷ ୫୦ ହଜାର ଟଙ୍କା ଲୁଟିଥିଲେ। ଦୁର୍ବୁତ୍ତମାନେ ଏଟିଏମ୍‌ ମେସିନକୁ କଟର୍‌ରେ କାଟି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଇ ଥିଲା। କଟରରେ କାଟିଥିବାରୁ ଏଟିଏମ୍‌ରେ ନିଆଁ ଲାଗି ଥିବା ବେଳେ ଖବର ପାଇଁ ନବରଙ୍ଗପୁର ପୁଲିସ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏଟିଏମ୍‌ ତଳେ ପଡ଼ିଥିବା କିଛି ଟଙ୍କା ନିଆଁରେ ପୋଡି ଯାଇଥିବାରୁ ଦୁର୍ବୁତ୍ତମାନେ ଉକ୍ତ ଟଙ୍କାକୁ ଛାଡି ଚାଲିଯାଇଥିଲେ।

ରାତିରେ ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଲୁଟର ସୂଚନା ପାଇ ଲୁଟେରାଙ୍କ ପିଛା କରିଥିଲା। ଲୁଟେରାମାନେ ଲୁଟ୍ ସ୍ଥାନରୁ ୩୦ କିଲୋମିଟର ଦୂର ଡାବୁଗାଁ ନିକଟସ୍ଥ ଜଙ୍ଗଲରେ ଗାଡ଼ି ଛାଡ଼ି କେଉଁଆଡ଼େ ଲୁଚି ଯାଇଥିଲେ। ଏସ୍‌ପି ରୋହିତ ବର୍ମାଙ୍କ ନେତୃତ୍ଵରେ ପୁଲିସ୍ ନାକାବନ୍ଦୀ କରି ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe