୨ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ୫ ଗିରଫ

Advertisment
୨ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ୫ ଗିରଫ

ଢେଙ୍କାନାଳ: ଟାଉନ ଥାନା ପୁଲିସ ଅତର୍କିତ ଚଢ଼ଉ କରି ସ୍ଥାନୀୟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟର ପଛପାଖରେ ଥିବା ଏକ ନିଦ୍ଧିଷ୍ଟ ଘର ଭିତରୁ ୨୭ଗ୍ରାମ ବ୍ରାଉନ ସୁଗାର ଜବତ କରିଛ। ଏହି ଚଢ଼ଉ ସମୟରେ ପୁଲିସ ବେଆଇନ୍‌ କାରବାର ସହିତ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ନେଇ ଟାଉନ ଥାନା ଅଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

ଆଇଆଇସି ଶ୍ରୀମତୀ ନାୟକ କହିଛନ୍ତି ଯେ, ଚଢ଼ଉ ସମୟରେ ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୨୭.୫୩୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ଗୋଟିଏ ୟୁକୋ ବ୍ୟାଙ୍କ ଏଟିଏମ୍‌, ଗୋଟିଏ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କର ଏଟିଏମ୍‌, ଗୋଟିଏ ଇଣ୍ଟେଲ୍‌ ମୋବାଇଲ, ଗୋଟିଏ ଏମ୍‌ଆଇ ମୋବାଇଲ, ଗୋଟିଏ କେଛୋଇଡା ମୋବାଇଲ, ୨ଟି ଖାଲି ମାଚିସ୍‌ ବକ୍ସ, ଗୋଟିଏ ହିରୋ ଏଚ୍‌ଏଫ୍‌ ଡିଲକ୍ସ ବାଇକ୍‌, ଗୋଟିଏ ହୋଣ୍ଡା ସାଇନ୍‌, ଗୋଟିଏ ନାଲି ରଙ୍ଗର ସ୍କୁଟି, ୪୦ ଖଣ୍ଡ ସବୁଜ ରଂଗର ଛୋଟ କାଗଜ, ୭ଟି ଚାମଚ୍‌ ଓ ଗୋଟିଏ ନାଲି-କଳା ରଙ୍ଗର ବ୍ୟାଗ୍‌ ଜବତ ହୋଇଛି।

ବେଆଇନ୍‌ ବ୍ରାଉନ୍‌ ସୁଗାର କାରବାର ନେଇ ବିଶ୍ୱସ୍ତ ସୂତ୍ରରୁ ଗତକାଲି ଅପରାହ୍ନରେ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଟାଉନ୍‌ ଥାନା ଆଇଆଇସି ନିଜର ଟିମ୍‌ ନେଇ ଟାଉନ୍‌ ଥାନା ଅନ୍ତର୍ଗତ ମହାବୀର ବଜାରସ୍ଥିତ ପିଡବ୍ଲ୍ୟୁ କଲୋନିର ନିଦ୍ଧିଷ୍ଟ ଘରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ତଦନ୍ତ ସମୟରେ ବ୍ରାଉନ୍‌ ସୁଗାର ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe