ରଣ୍ଡାପାଲିରେ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୫ ଜଣ ଆହତ

Advertisment
ରଣ୍ଡାପାଲିରେ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା, ୫ ଜଣ ଆହତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ରଣ୍ଡାପାଲି ନିକଟରେ ଆଜି ପୂର୍ବାହ୍ନରେ ଏକ ଘରୋଇ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବସ୍‌ ଓ ଟ୍ରକର ଚାଳକ ସମେତ ହେଲପର ଓ ୨ ଜଣ ଯାତ୍ରୀ ଆହତ ହୋଇଛି। ଆହତମାନେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି।

ପୁଲିସ କହିବାନୁଯାୟୀ, ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜୟପୁରରୁ ଚନ୍ଦାହାଣ୍ଡି ଅଭିମୁଖେ ଏକ ଘରୋଇ ବସ୍‌ ଯାଉଥିଲା। ଅନ୍ୟପଟୁ ଝାରସୁଗୁଡାରୁ କେବୁଲ ତାର ନେଇ ଗୋଟିଏ ଟ୍ରକ ତେଲେଙ୍ଗେନା ରାଜ୍ୟକୁ ଯାଉଥିଲା। ରଣ୍ଡାପାଲି ଗ୍ରାମ ନିକଟରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ। ଏଥିରେ ଟ୍ରକ ଡ୍ରାଇଭର ତେଲେଙ୍ଗାନାର ସିଏଚ୍. ଶ୍ରୀନୁ (୩୨), ବସ୍ ଡ୍ରାଇଭର ଜୟପୁର ନୂଆସାହିର ପ୍ରଦୀପ କୁମାର ସାହୁ (୪୨), ବସ୍‌ ହେଲପର ଓ ୨ ଜଣ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତ ୫ ଜଣଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ଜୟପୁର ସଦରଥାନାରେ ପୁଲିସ ମାମଲା ରୁଜୁ କରିଥିବା ବେଳେ ବସ ଓ ଟ୍ରକକୁ ଜବତ ରଖିଥିବା ନେଇ ଏସ୍‌ଆଇ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe