୩୫ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ୫ ଗିରଫ

Advertisment
୩୫ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ୫ ଗିରଫ

ଭଦ୍ରକ: ଏକ ବଡ଼ ଧରଣର ସାଇବର ଠକେଇ ମାମଲାରେ ଭଦ୍ରକ ଅଞ୍ଚଳର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ଗିରଫ ଅଭିଯୁକ୍ତ ହେଲେ; ଚରମ୍ପା ଇରେଇ ଅଞ୍ଚଳର ପ୍ରମୋଦ କୁମାର ଓରଫ୍‌ ରବୀନ୍ଦ୍ର ବେହେରା (୨୬), କୁଆଁଶ ଅଞ୍ଚଳର ରାକେଶ କୁମାର ଓରଫ୍‌ ହରିରାମ ଚୌଧୁରୀ (୨୫), ବରାଳପୋଖରୀ ଅଞ୍ଚଳର ଶୁଭେନ୍ଦୁ ଓରଫ୍‌ ନିରାକାର ଦାସ (୩୦), ବସାହପୁର ଅଞ୍ଚଳର ଜୟଦୀପ ଓରଫ୍‌ ଅମର କୁମାର ପରିଡ଼ା ଏବଂ ମଉଦା ବାଲିପାଟଣା ଅଞ୍ଚଳର ମନୋଜ କୁମାର ଓରଫ୍‌ ଅନାଦି ଚରଣ ରାଉତ (୨୯)।

ମୁମ୍ବାର ମୋଜେସ୍‌ ଭିନ୍‌ସେଣ୍ଟ ନାମକ ଜଣେ ଅବସରପ୍ରାପ୍ତ ବୃଦ୍ଧଙ୍କ ପାଖରୁ ଏମାନେ ୩୫ ଲକ୍ଷ ଟଙ୍କା ଠକି ନେଇଥିବା ମୁମ୍ବାଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ପିଛା କରି ଶନିବାରଠାରୁ ଭଦ୍ରକରେ ଡେରା ପକାଇଥିଲା ମୁମ୍ବାଇ ପୁଲିସ। ଭଦ୍ରକ ଏସ୍‌ଡିଜେଏମ୍‌ କୋର୍ଟରୁ ଅନୁମତି ନେଇ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ସମସ୍ତଙ୍କୁ ମୁମ୍ବାଇ ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe