ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ମା’-ପୁଅଙ୍କ ସମେତ ୫ ମୃତ, ୩ ଜଣ ଗୁରୁତର

Advertisment
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ମା’-ପୁଅଙ୍କ ସମେତ ୫ ମୃତ, ୩ ଜଣ ଗୁରୁତର

ପାଟଣାଗଡ଼/ପଦ୍ମପୁର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ ବଜ୍ରପାତ ହୋଇଛି। ଏଥିରେ ମା’ ଓ ପୁଅଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତ କାରଣରୁ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚାଉଲବାଞ୍ଜି ଗ୍ରାମର ଦୀପକ ଖର୍ସେଲ ତାଙ୍କ ପରିବାରବର୍ଗଙ୍କ ସହ ନିଜ କପାଆଟକୁ କପା ମଞ୍ଜି ପୋତିବାକୁ ଯାଇଥିଲେ। ସେମାନେ ସେଠାରେ କାମ କରୁଥିବା ବେଳେ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଫଳରେ ଦୀପକ ଓ ତାଙ୍କ ମା’ ସୂର୍ଯ୍ୟକାନ୍ତି ଖର୍ସେଲଙ୍କ ମୃତ୍ୟୁ ଘଟିଥିଲା। ସେହିପରି ବଜ୍ରଘାତରେ ଦୀପକଙ୍କ କାକା ପୁରନ୍ଦର ଖର୍ସେଲ ଗୁରୁତର ଥିବା ଜଣାପଡିଛି। ଦୀପକ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ଏହି ଖବର ପାଇ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ଼ ହୋଇଥିଲା।

ସେହିପରି ଆଜି ଅପରାହ୍‌ଣରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍‌ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ମଧ୍ୟ ବର୍ଷା ହୋଇଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୫ ଜଣ କୌଣସି କାମରେ ଯାଇଥିଲେ। ବର୍ଷାର ମାତ୍ରା ବଢ଼ିବାରୁ ସେମାନେ ଏକ ବଡ଼ ଗଛ ତଳେ ଛିଡ଼ା ହୋଇଥିଲେ। ଏତିକି ବେଳେ ଗଛ ଉପରେ ବଜ୍ର ପଡ଼ିଥିଲା। ଫଳରେ ୫ ଜଣ ଲୋକ ଅଚେତ ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe