ଚାଲାଣ ପାଇଁ ଜଙ୍ଗଲରେ ରଖାଯାଇଥିଲା ୫ କୁଇଣ୍ଟାଲ ଗଞ୍ଜେଇ; ଜବତ କଲା ପୁଲିସ, ଚାଲାଣକାରୀ ଫେରାର

ଚାଲାଣ ପାଇଁ ଜଙ୍ଗଲରେ ରଖାଯାଇଥିଲା ୫ କୁଇଣ୍ଟାଲ ଗଞ୍ଜେଇ; ଜବତ କଲା ପୁଲିସ, ଚାଲାଣକାରୀ ଫେରାର

ବୈପାରିଗୁଡ଼ା: ଚୋରା ଚାଲାଣ ପାଇଁ ଗଞ୍ଜେଇ ଗଚ୍ଛିତ ରଖିଥିବା ବେଳେ ବୈପାରିଗୁଡା ପୁଲିସ ସେସବୁକୁ ଜବତ କରିବାରେ ସଫଳ ହୋଇଛି। ପୁଲିସ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଜି. ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ କଟ୍ରାଗୁଡା ଗ୍ରାମରୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ କରାଯିବା ପାଇଁ ଗଚ୍ଛିତ ରଖାଯାଇଛି ବୋଲି କୈାଣସି ସୂତ୍ରରୁ ଖବର ପାଇ ଆଇଆଇସି ଅଶ୍ବିନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଟିମ୍ କଟ୍ରାଗୁଡା ଯାଇଥିଲେ।

ତେବେ କୋଟ୍ରାଗୁଡା ନିକଟସ୍ଥ ନୀଳଗିରି ଜଂଗଲରେ ଗଞ୍ଜେଇ ରଖାଯାଇଥିବା ଜଣାପଡିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲେ। ପୁଲିସକୁ ଦେଖି ଚାଲଣକାରୀ ଫେରାର ହୋଇଯାଇଥିବା ବେଳେ ପୁଲିସ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲେ। ମାଜିଷ୍ଟ୍ରେଟ ତଥା ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ତାହା ୫ କୁଇଣ୍ଟାଲ ୫୨ କିଲୋ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉ କି, ଜି. ମାଝୀଗୁଡା ପଞ୍ଚାୟତ ସଂପୂର୍ଣ୍ଣ ଦୁର୍ଗମ ଅଞ୍ଚଳ ହୋଇଥିବା ସହ ମାଓପ୍ରବଣ ହୋଇଥିବାରୁ ପୁଲିସ ଏହି ଅଞ୍ଚଳରେ ପ୍ରବେଶ କରିପାରନ୍ତି ନାହିଁ। ଏହାର ସୁଯୋଗ ନେଇ ଏହି ଅଞ୍ଚଳରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଇଥାଏ। ତେବେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି ବୈପାରିଗୁଡା ଥାନା ଆଇଆଇସି ଅଶ୍ବିନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe