ପାଞ୍ଚ ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର ପଲ

ପାଞ୍ଚ ବର୍ଷର ଶିଶୁକୁ ଝୁଣି ମାରିଦେଲେ କୁକୁର ପଲ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏହି ଗାଁର ଏକ ୫ ବର୍ଷର ଶିଶୁକୁ କୁକୁରମାନେ ଗୋଡ଼ାଇ ଗୋଡ଼ାଇ କାମୁଡିବା ଫଳରେ ଶିଶୁର ଶୋଚନୀୟ ମୃତ୍ୟୁ ହେବା ଘଟଣା ସାଧାରଣ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୋକସରା ବ୍ଲକ ଅନ୍ତର୍ଗତ  ଖୁଣ୍ଟିଆ ଗାଁର ଲାଷ୍ମୀଧର ଧରୁଆଙ୍କ ୫ ବର୍ଷର ପୁଅ ବସନ୍ତ ଧରୁଆ ଆଜି ସାଙ୍ଗ ମେଳରେ ଘର ନିକଟରେ ଥିବା ପୋଖରୀ ପାଖରେ ଖେଳୁଥିଲା । ଏହି ସମୟରେ ହଠାତ କୁକୁର ପଳ ଖେଳୁଥିବା ଶିଶୁମାନଙ୍କୁ  ଗୋଡ଼ାଇ ଥିଲେ ।  ପରେ ବସନ୍ତକୁ ମାଡି ବସି ଝୁଣି ପକାଇଥିଲେ । ପରେ ବାଟରେ ଯାଉଥିବା ଲୋକ ଶିଶୁ ବସନ୍ତକୁ କୁକୁରମାନଙ୍କ ହାବୁଡ଼ରୁ ଉଦ୍ଧାର କରିଥିଲେ ।
ବସନ୍ତକୁ  ଚିକିତ୍ସା ନିମନ୍ତେ ତୁରନ୍ତ ଧର୍ମଗଡ଼ ହସ୍ପିଟାଲକୁ ନେଇଥିଲେ ।  ତେବେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଶିଶୁ ପୁଅକୁ ଆକସ୍ମିକ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।  ଖୁଣ୍ଟିଆ ସରପଞ୍ଚ ଧର୍ମବ୍ରତ ପଣ୍ଡା ଶିଶୁ ପରିବାରକୁ ସାନ୍ତ୍ୱନା ଦେବା ସହ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ସହାୟତା ଦେଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe