ନାବାଳିକା ଅସଦାଚରଣ ମାମଲା: ଅଭିଯୁକ୍ତକୁ ୫ ବର୍ଷ ଜେଲ, ୧୦ ହଜାର ଜରିମାନା

Advertisment
ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶ ଉପରେ ଅଙ୍କୁଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ୨୦୧୩ରେ ଜଣେ ନାବାଳିକାକୁ ହୋଇଥିବା ଅସଦାଚରଣ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଫୁଲବାଣୀ ପୋକସ୍‌ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦେରାଜଜ୍‌ ସମର ବିକାଶ ବେହେରା ଦୋଷୀ ସାବ୍ୟସ୍ତ ଜୁନେଶ ଦିଗାଲକୁ ୫ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ରିପୋର୍ଟ ଅନୁସାରେ ୨୦୧୩ ମସିହା ଜାନୁଆରୀ ମାସର ଘଟଣା। ମନରେଗା ଯୋଜନାରେ ରାସ୍ତା କାମ ଚାଲିଥିବା ବେଳେ ଏଥିରେ କାମ କରୁଥିବା ଜଣେ ୧୭ ବର୍ଷର ନାବାଳିକା ଟଙ୍କା ନେବାକୁ ବ୍ଳକକୁ ଆସିଥିଲା। ଉକ୍ତ ରାସ୍ତାର କୁଜି ଠିକାଦାର କାମ କରୁଥିବା ଜୁନେଶ ଦିଗାଲ ତା ପ୍ରତି ଅସଦାଚରଣ କରିଥିଲା। ଏ ନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ କହିବା ପରେ ବାଲିଗୁଡା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଜୁନେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଶୁଣାଣି ଆଜି ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ କେଶ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe