ଭଞ୍ଜନଗର ପୁଲିସ୍ ପକ୍ଷରୁ ଫ୍ଳାଗ୍ ଡ଼େ ପାଳିତ

Advertisment
ଭଞ୍ଜନଗର ପୁଲିସ୍ ପକ୍ଷରୁ ଫ୍ଳାଗ୍ ଡ଼େ ପାଳିତ

ଭଞ୍ଜନଗର: ଭଞ୍ଜନଗର ପୁଲିସ୍ ପକ୍ଷରୁ ପୁଲିସ୍ ଫ୍ଳାଗ୍ ଡ଼େ ପାଳିତ ହୋଇଯାଇଛି। ଏହି ଅବସରରେ ପୁଲିସ୍ ପକ୍ଷରୁ ଶୋଭାଯାତ୍ରା ଅନୁଷ୍ଠିତ କରଯିବା ସହ ଛତ୍ରପୁର ଜିଲ୍ଲା ପୁଲିସ୍ ପାଇପ୍ ବାଦ୍ୟ ଦଳ ଦ୍ବାରା ‘ବ୍ୟାଣ୍ଡ୍ ସୋ’ ପ୍ରର୍ଦଶନ କରାଯାଇଥିଲା।

ପୁଲିସ୍ କର୍ମଚାରୀମାନେ ସହରର ପ୍ରମୁଖ ରାସ୍ତାରେ ଶୋଭାଯାତ୍ରା କରିବା ସହ ଜନଗହଳି ପୂର୍ଣ୍ଣ ସ୍ଥାନରେ ବ୍ୟାଣ୍ଡ ସୋ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଚାଲିଥିବା ପୁଲିସ୍ ସହିଦ ସପ୍ତାହ ଚାଲିଥିବା ବେଳେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କୁ ସ୍ମୃତି ଚାରଣ କରିବା ପାଇଁ ପୁଲିସ୍ ଫ୍ଳାଗ୍ ଡେ ଅବସରରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁଙ୍କ ସମେତ ଏସ୍ଆଇ ଲିତାରାଣୀ ପରିଡ଼ା, ଟୁନା ପିଡିକା, ରାଜେଶ କୁମାର ପରିଡ଼ା, କାଳୀ ଗୌଡ଼ଙ୍କ ସମେତ ପୁଲିସ୍ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe