ଝାରସୁଗୁଡ଼ା: ମୁମ୍ବାଇକୁ ଝାରସୁଗୁଡ଼ାରୁ ବିମାନ ଉଡ଼ିବ। ଏହି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହାନ। ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ରାୟପୁର, ଭୁବନେଶ୍ୱର ବିମାନ ସେବା ଚାଲୁଥିବା ବେଳେ ଆସନ୍ତା ୩୧ ତାରିଖ ଠାରୁ ଝାରସୁଗୁଡ଼ାରୁ ଭାୟା ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ସେବା ଆରମ୍ଭ ହେବ। ମାର୍ଚ୍ଚ ୨୮ରୁ ମୁମ୍ବାଇକୁ ସ୍ପାଇସ ଜେଟ ପକ୍ଷରୁ ବୋଇଂ ସେବା ଆରମ୍ଭ ହେବାକୁ ଯାଉଥିବା ଶ୍ରୀ ଚୌହାନ କହିଛନ୍ତି। ଏହି ବିମାନ ମୁମ୍ବାଇରୁ ଆସି ପୁଣି ମୁମ୍ବାଇ ଫେରିଯିବ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us