ରାଉରକେଲା : ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜିଲ୍ଲାର କିଛି ନଦୀ ଜଳ ପତନ ବଢ଼ୁଛି। ଲାଠିକଟାରେ ଜିଲ୍ଲାର ସର୍ବାଧିକ ୨୧୩.୦ ମିମି, ପାନପୋଷରେ ୧୯୬.୮ ମିମି, ଲହୁଣୀପଡାର ୧୦୨.୦ ମିମି ବର୍ଷା ଯୋଗୁଁ ଫୁଲୁଛି ବ୍ରାହ୍ମଣୀ ନଦୀ। ସେପଟେ ବାତ୍ୟା ୟାସ୍ର ପ୍ରଭାବରେ ଉପରମୁଣ୍ଡ ଅର୍ଥାତ୍ ଝାଡ଼ଖଣ୍ଡରେ ଗତକାଲିଠୁ ଲଗାଣ ବର୍ଷା ଜାରି ରହିଛି। ଆସନ୍ତକାଲି (ଶୁକ୍ରବାର) ଦିନ ତମାମ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ କହିବା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ବର୍ଷାପାଣି ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି। ଆସନ୍ତାକାଲି ଉପରମୁଣ୍ଡ ଝାଡ଼ଖଣ୍ଡର ବର୍ଷା ପାଣି କାରୋ ନଦୀ ଦେଇ କୋଏଲନଦୀ ଓ ପରେ ବ୍ରାହ୍ମଣରେ ପ୍ରବେଶ ପ୍ରବେଶ କଲେ ବନ୍ୟା ସ୍ଥିତି ସୃଷ୍ଟି ହେବା ନିଶ୍ଚିତ। ସେପଟେ ଘଣ୍ଟାକୁ ଘଣ୍ଟା ବ୍ରାହ୍ମଣୀ ନଦୀର ଜଳ ପତନ ବୃଦ୍ଧି ପାଉଥିବାରୁ ବାଲୁଘାଟ ଓ ଏହା ଚତୁଃପାର୍ଶ୍ବରେ ବସବାସ କରୁଥିବା ଲୋକଙ୍କ ଚିନ୍ତା ବଢ଼ିଛି। ସେପଟେ ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ। ବନ୍ୟାଜଳ ବସ୍ତିକୁ ପଶିବା ଆରମ୍ଭ କଲେ ତଳି ଅଞ୍ଚଳର ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବାକୁ ଜିଲ୍ଲା ପ୍ରଶାସନ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡିଛି।
ଫୁଲୁଛି ବ୍ରାହ୍ମଣୀ, ବନ୍ୟା ଆଶଙ୍କା, ବଢ଼ିଲା ବାଲୁଘାଟ ଅଞ୍ଚଳବାସୀଙ୍କ ଚିନ୍ତା
Advertisment
Follow Us