ପୁର୍ତ୍ତ ବିଭାଗ ର ଅବହେଳା ପାଇଁ ବନ୍ୟାଜଳ ଘୁଙ୍ଗିନାଳ ଉପରେ ପ୍ରବାହିତ- ଯାତାୟାତ ବାଧାପ୍ରାପ୍ତ

ପୁର୍ତ୍ତ ବିଭାଗ ର ଅବହେଳା ପାଇଁ ବନ୍ୟାଜଳ ଘୁଙ୍ଗିନାଳ ଉପରେ ପ୍ରବାହିତ- ଯାତାୟାତ ବାଧାପ୍ରାପ୍ତ

ବୀରମହାରାଜପୁର:- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରୁ ଅମରପାଳି ରାସ୍ତା ଭୁତିଆପାଲି ଓ ଲୁତୁରପଙ୍ଗ ମଧ୍ୟରେ ଥିବା ଘୁଙ୍ଗିନାଳ ଉପରେ ଗତ ରାତିରେ ହୋଇଥିବା ବର୍ଷା ଯୋଗୁଁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ପାଇଁ ଉକ୍ତ ରାସ୍ତାରେ ଯାତାୟାତ ଠପ ହେବା ସହ ଯାନବାହାନ ରାସ୍ତା ଉଭୟ ପାର୍ଶରେ ଅଟକି ରହିଛି । ସୁଚନା ଅନୁଶାରେ ବୀରମହାରାଜପୁର ରୁ ଅମରପାଲି ଜିଲ୍ଲା ସିମାରେଖା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପୁର୍ତ୍ତବିଭାଗ ଦ୍ବାରା ଏକ ଠିକାସଂସ୍ଥା କାର୍ଯ୍ୟକରୁଥିବା ବେଳେ ଘୁଙ୍ଗିନାଳ ଉପରେ ଏକ ଉଚ୍ଚ ପୋଳ ତିଆରି ପାଇଁ କୈାଣସି ଜମି ଅଧିଗ୍ରହଣ ବିନା ଉକ୍ତ ଠିକାସଂସ୍ଥା ରୟତି ଜମି ଉପରେ ପୋଲ ନିର୍ମାଣ ପାଇଁ ଖନନ କରିଥିବା ବେଳେ ଉକ୍ତ ଜମି ମାଳିକ ବିରୋଧ କରିଥିଲେ ।

ବିରୋଧ ପରେ ଠିକାସଂସ୍ଥା କାମବନ୍ଦ କରି ଖୋଲିଥିବା ମାଟି କୁ ନାଳର ଜଳ ପ୍ରବାହିତ ସ୍ଥାନ ରୁ ନ ହଟେଇ ଫେରାର ମାରିବା ପରେ ସାମାନ୍ୟ ବର୍ଷାରେ ଉକ୍ତ ନାଳ ଉପରେ ବନ୍ୟାଜଳ ଯୋଗୁଁ ପୋଲଉପରେ ପାଣି ପ୍ରବାହିତ ହୋଇ ଯାତାୟାତ ଠପ ହେଉଛି । ବିଭାଗ ଜମି ଅଧିଗ୍ରହଣ ନ କରି କିପରି ଠିକାସଂସ୍ଥା କୁ କାମ ଦେଉଛି ଏବଂ କେଉଁ ଉଦ୍ଦେଶ୍ୟରେ ଠିକାସଂସ୍ଥା ଗୁଡିକ ରୟତି ଜମି ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି କା ନିର୍ଦ୍ଧେଶରେ ବିଭିନ୍ନ ସମୟରେ ଠିକାସଂସ୍ଥା ଗୁଡିକ କିଛି ପ୍ରଶାସନିକ ଅଧିକାରିଙ୍କୁ ହାତ କରି ଗରିବ ନିରିହ ଜମି ମାଳିକ ମାନଙ୍କ ଉପରେ ଜୁଳୁମ କରି ନିଜ କାମ କରିନେଉଥିବା ଅଭିଯୋଗ ହେଉଛି କିନ୍ତୁ ଘୁଙ୍ଗିନାଳ ପୋଳ ପାଇଁ ନିର୍ମାଣ ହେଉଥିବା ଜମି ମାଳିକ ମାନଙ୍କୁ ଠିକାସଂସ୍ଥା କୈାଣସି ବଳ ପ୍ରୟୋଗ କରି ନ ପାରି କାମ ନ କରି ଫେରାର ମାରିଥିବା ସୁଚନାମିଲିଛି । ବିଭାଗ ଏବଂ ଠିକାସଂସ୍ଥାର ଖାମଖିଆଳ ନିତି ଯୋଗୁଁ ବୀରମହାରାଜପୁର ରୁ ଭାୟା ଅମରପାଲି ଦେଇ ଯୁଜୁମୁରା, ସମ୍ବଳପୁର , ରେଢାଖୋଳ ରାସ୍ତା ରେ ଯାତାୟାତ ଠପ ହୋଇ ଯିବା ଆସିବାରେ ବହୁ ଅସୁବିଧା ର ସମ୍ବୁଖିନ ହେବାକୁ ପଡୁଛି ।

ଏବିଷୟରେ ସେମାନେ ଯାହା କୁହନ୍ତି

ଦୟାକରି ହୋତା - ଜମି ମାଲିକ--ଦେଖନ୍ତୁ ଘୁଙ୍ଗି ନାଳ ଉପରେ ଆଗରୁ ଯେଉଁ ପୋଲ ନିର୍ମାଣ ହୋଇଥିଲା ସେହି ଜମି ଆମର ଥିଲା । ଜନ ସାଧାରଣଙ୍କ ଜିବା ଆସିବାପାଇଁ ଆମେ ସେହି ରାସ୍ତା ଛାଡ଼ି ଦେଇଥିଲୁ । ଚଳିତ ବର୍ଷ ପୁଣି ନୂତନ ପୋଲ ପାଇଁ ଆମକୁ କିଛି ନପଚାରି ଠିକାଦାର ମାଟି ଖୋଳି କାର୍ଯ୍ୟ ଆରମ୍ଭ କରିଥିଲା । ସେତେବେଳେ ଆମେ ପୁରୁଣା ପୋଲକୁ ଭାଙ୍ଗି ସେହିଠାରେ ନୂଆ ପୋଲ କରିବାପାଇଁ କହିଥିଲୁ । କିନ୍ତୁ ଠିକାଦାରର ଆତ୍ମକଥା ନସୁଣି ପୁଣି କାର୍ଯ୍ୟ ଆରମ୍ଭ କରିଥିଲା ଯାହାଫଳରେ ଆମେ ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଆକାରରେ ଜଣାଇଥିଲେ । ଏବିଷୟରେ ବୀରମହାରାଜପୁରର ତହସିଲଦାର ବିବୁଧ ଗଣନାୟକ ଜମି ଅଧିଗ୍ରହଣ କରି କାର୍ଯ୍ୟ କରାଜିବ ବୋଲି କହିଥିଲେ । କିନ୍ତୁ ଜମି ଅଧିଗ୍ରହଣ ନକରି ଠିକା ସଂସ୍ଥା କାର୍ଯ୍ୟ ବନ୍ଦ କରିଦେଇଛି । ଏଠାରେ ଆଉ ଗୋଟିଏ କଥା କହିବି ମୁଖ୍ୟ ରାସ୍ତା ଉପରେ ଆମର ଏକ ଏକର ଜମି ରହିଛି । ଆଗରୁ ଯେଉଁ ପୋଲ ହୋଇଥିଲା ଉଭୟ ପାର୍ଶ୍ବରେ ଆମର ଜମି ନଷ୍ଟ ହୋଇଥିଲା । ଏବେ ଯେଉଁ ନୂତନ ପୋଲ କରୁଛନ୍ତି ତାର ଉଭୟ ପଟେ ଆମର ଜମି ନଷ୍ଟ ହେଉଛି କ'ଣ ଜଣେ ଚାଷୀଙ୍କ ଜମିକୁ ନଷ୍ଟ କରି ପୋଲ କରିବା ସମ୍ଭବ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ହୋତା ।

ପିତାମ୍ବର ସାହୁ ପୂର୍ବ ତନ ସମିତି ସଭ୍ୟ ପହଳପଦର ପଞ୍ଚାୟତ -- ଠିକା ସଂସ୍ଥାର ଅବହେଳା ଯୋଗୁଁ ଆଜି ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏହାସହିତ ବିଭାଗ ମଧ୍ୟ ଦାୟୀ ଜଣେ ଚାଷୀଙ୍କ ଜମି ଉପରେ ଜେକୈଣସି କାର୍ଯ୍ୟ କରାଜିବ ତାଙ୍କର ଅନୁମତି ନେଇ କରିବା କଥା ସେଥିପାଇଁ ସରକାରଙ୍କ ନିୟମ ରହିଛି କିନ୍ତୁ କିଛି ନପଚାରି ଏଭଳି କାର୍ଯ୍ୟ କରିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ଯୋଗୁଁ ବର୍ଷା ହେଲେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଓ ନିର୍ମାଣ ବିଭାଗ ଏହି ସମାସ୍ୟାର ସମାଧାନ କରି କାର୍ଯ୍ୟ ଶିଘ୍ର ଆରମ୍ଭ କରନ୍ତୁ ବୋଲି କହିଛନ୍ତି ।

ଦାମୋଦର କୈବର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ସୁବର୍ଣ୍ଣପୁର- ଏବିଷୟରେ ଆମ ବିଭାଗ ବୀରମହାରାଜପୁରର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କୁ ଯଣାଇଥିଲୁ । ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଭୋଇ ଜମି ମାଲିକ ଓ ଆମ ବିଭାଗକୁ ଡାକି ଆଲୋଚନା କରିଥିଲେ । କିନ୍ତୁ ଜମି ମାଲିକ ଯେତେ କ୍ଷତି ପୁରଣ ଦାବି କଲେ ସେତେଟଙ୍କା ଦେବାପାଇଁ ନିୟମ ନାହିଁ । ତେଣୁ ନୀତି ନିୟମ ଅନୁସାରେ ଜମି ଅଧିଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଲେଖା ଯାଇଛି ସେଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ହିସାବରେ କାର୍ଯ୍ୟ କରାଜିବ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe