ମହାନଦୀର ବନ୍ୟାରେ ଚାଷ ଜମି ଜଳମଗ୍ନ, ଚାଷୀଙ୍କ ବଢ଼ିଲା ଚିନ୍ତା

Advertisment
ମହାନଦୀର ବନ୍ୟାରେ ଚାଷ ଜମି ଜଳମଗ୍ନ, ଚାଷୀଙ୍କ ବଢ଼ିଲା ଚିନ୍ତା

ବୀରମହାରାଜପୁର: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ଗତକାଲି ରାତି ସୁଦ୍ଧା ୨୮ଟି ଗେଟ ଦେଇ ଜଳ ନିସ୍କାସନ କରାଯାଉଛି। ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ମହାନଦୀର ତଳ ମୁଣ୍ଡରେ ଥିବା ସୁବର୍ଣ୍ଣପୁର ଜିଲ୍ଲାର ସମ୍ଭାବିତ ବନ୍ୟା ପ୍ରଭାବିତ ଅଂଚଳରେ ଥିବା ଲୋକ ଏବେ ଆତଙ୍କିତ ଅବସ୍ଥାରେ । ଅନେକ ଚାଷ ଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି ।

ସେହିପରି ମୁଣ୍ଡୋଘାଟ ବ୍ରିଜ ଉପରେ ୩ ଫୁଟର ପାଣି ରହି ଥିବାରୁ ସୁବର୍ଣ୍ଣପୁର-ରେଢାଖୋଲ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଏହା ସହିତ ବୀରମହାରାଜପୁର ବ୍ଲକ ଖମ୍ବେଶ୍ୱରୀ ପାଲି, ବୁରୋଘାଟ, ନୁଆପାଲି, ଦେଉଳି, କେଲଗା ଆଦି ନଈକୂଳିଆ ଅଞ୍ଚଳରେ ଚାଷ ଜମିରେ ପାଣି ମାଡି ଯାଇଛି । ତେବେ ଉପର ମୁଣ୍ଡରେ ବର୍ଷା ଜାରି ରହିଲେ ବନ୍ୟା ପରିସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି।

publive-image

ଅନ୍ୟପଟରେ ମହାନଦୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଧିକ ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ଆଖପାଖ ଗାଁର ଲୋକମାନେ ପାଣି ଦେଖିବାକୁ ପହଂଚିଛନ୍ତି। ଯୁବପିଢ଼ି ମହାନଦୀର ଗୋଲିଆ ପାଣି ଦେଖି ଉତ୍ସାହିତ ହୋଇଛନ୍ତି। ଯୁବକମାନେ ମହାନଦୀ କୂଳରେ ମୋବାଇଲରେ ସେଲ୍‌ଫି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe