ଉଡନ୍ତା ଗୁଣ୍ଡୁଚି ଉଦ୍ଧାର

Advertisment
ଉଡନ୍ତା ଗୁଣ୍ଡୁଚି ଉଦ୍ଧାର

ଉମରକୋଟ : ଉମରକୋଟ ବ୍ଲକ ତାରାଗୁଡା ଗ୍ରାମ ଭାମିନି ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ଭାଲିଆ ବାଡ଼ରେ ଏକ ଅଜଣା ଜନ୍ତୁ ଗ୍ରାମବାସୀ ଦେଖିଥିଲେ। ଜନ୍ତୁ ଟିକୁ ଦେଖି ଗ୍ରାମବାସୀ ବନବିଭାଗ ଅଧିକାରୀ ଙ୍କୁ ଜଣାଇ ଥିଲେ। ଖବର ପାଇ ବନବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଫରେଷ୍ଟର ଚନ୍ଦ୍ର ଦାସନାଗ ଘଟଣା ସ୍ଥଳରେ ପହଞ୍ଚି ଜନ୍ତୁଟିକୁ ଉଦ୍ଧାର କରି ଉମରକୋଟ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ଥିଲେ।

ଉଦ୍ଧାର ହୋଇଥିବା ଜନ୍ତୁଟି ଉଡ଼ନ୍ତା ଗୁଣ୍ଡୁଚି ବୋଲି ଚିହ୍ନଟ କରିଛନ୍ତି ବନବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ। ଏଭଳି ପ୍ରଜାତି ପକ୍ଷୀ ଆଗରୁ ଅଧିକ ଦେଖାଯାଉ ଥିଲେ କିନ୍ତୁ ବର୍ତ୍ତମାନ ଏମାନଙ୍କ ସଂଖ୍ୟା କମି ଯାଇଥିବା କହିଛନ୍ତି । ଏହି ପ୍ରଜାତିର ଉଡ଼ନ୍ତା ଗୁଣ୍ଡୁଚି ରାତି ସମୟରେ ବୁଲାବୁଲି କରନ୍ତି । ଉଦ୍ଧାର କରାଯାଇଥିବା ଉଡ଼ନ୍ତା ଗୁଣ୍ଡୁଚିକୁ ସିଂସାରି ଓ ତୋରେଙ୍ଗା ଜଙ୍ଗଲରେ ଛଡା ଯାଇଥିବା କହିଛନ୍ତି ।  ଛାଡିବା ସମୟରେ ଏହା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବା ପ୍ରକାଶ କରିଛନ୍ତି ଉମରକୋଟ ବନ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe