Skymet Weather
ଜୟପୁର: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ଆଜି ଜୟପୁର ସହରରେ ତାପମାତ୍ର ୯ଡିଗ୍ରି ସେଲସିୟସ ରହିଛି। ଆଗାମୀ ୩ଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତ୍ରିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଏକ ସତର୍କ ସୂଚନାରେ କୁହାଯାଇଛି। ଆସନ୍ତା ୩୧ତାରିଖ ପର୍ୟ୍ୟନ୍ତ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣ କୁହୁଡି ହେବା ନେଇ ପୂର୍ବାନୁମାନ କରାଯାଇଛି।
ତେଣୁ ଏହି କୁହୁଡି ସମୟରେ ଲୋକମାନଙ୍କୁ ରାସ୍ତାରେ ଯାତାୟାତ ନେଇ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଏହି କୁହୁଡି ହେତୁ ଅନେକ ସମୟରେ ଦୁର୍ଘଟଣାମାନ ଘଟିଥିବାର ଅନେକ ରିପୋର୍ଟ ରହିଛି। ଏହାରି ମଧ୍ୟରେ ପଟାଙ୍ଗୀ ସୁଙ୍କି ଘାଟିରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ସହ ଜଣକର ଜୀବନହାନି ବି ହୋଇଥିଲା। ଏଭଳି ଛୋଟ ବଡ ଦୁର୍ଘଟଣା ବି ଜାରୀ ରହିବା ନଜିର ରହିଛି। ତେବେ ଏହି ୪ଦିନ ଖାସ୍ କରି ଘାଟି ଗୁଡିକରେ ଯିବା ଆସିବା କରୁଥିବା ଯାନବାହନ ଗୁଡିକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ସତର୍କତା ସୂଚନା ଜାରୀ କରିଛି।
Follow Us