ଜାନୁଆରି ୨୫ରୁ ସରକାରୀ ଯୋଜନାର ପ୍ରଚାର ପ୍ରସାର କରିବେ ଲୋକନୃତ୍ୟ କଳାକାର, ନେଲେ ତାଲିମ

Advertisment
ଜାନୁଆରି ୨୫ରୁ ସରକାରୀ ଯୋଜନାର ପ୍ରଚାର ପ୍ରସାର କରିବେ ଲୋକନୃତ୍ୟ କଳାକାର, ନେଲେ ତାଲିମ

ରାୟଗଡ଼ା: ସ୍ଥାନୀୟ ସଂସ୍କୃତି ଭବନରେ କଳାକାରଙ୍କୁ ଦିଆଯାଉଛି ତାଲିମ।ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାର ବ୍ଲକ କଳା ସାଂସ୍କୃତିକ ସଂଗଠନର କଳାକାରମାନଙ୍କୁ ଶନିବାର ଦିନ ଏକ ଦିନିଆ ତାଲିମ ପ୍ରଦାନ କରାଯଇଛି। ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ରାୟଗଡା ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଏବଂ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ, ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା, କ୍ରୀଡ଼ା ଅଧିକାରୀ ଶେଖ ଅଲେନୁର, ମମତା ଯୋଜନାରେ ଜିତେନ୍ଦ୍ରିୟ ମହାପାତ୍ର, ସଂସାଧନ ସଭ୍ୟ ତଥା ଦକ୍ଷିଣ ଓଡିଶା ନୋଡାଲ ଅଧିକାରୀ ଗୁପ୍ତ ପ୍ରସାଦ ପାଣିଗ୍ରାହୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ବଚ୍ଛା, ବ୍ଲକ ଉପସଭାପତି ସନ୍ତୋଷ କୁମାର ତାଣ୍ଡି, ଶିକ୍ଷା ବିଭାଗର ଦୀପକ କୁମାର ବେହେରା, ବିପିସି ମିସନ ଶକ୍ତିର ଅଧିକାରୀ ରାଜୀବ ପାଢ଼ୀ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅଜାତ ଶତ୍ରୁ ରାଉତ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ ପ୍ରଧାନ ତାଲିମ ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ। ପ୍ରୋଜଜକ ପୀତବାସ ବିଶ୍ୱାଳ ସଂଯୋଜନା କରିଥିଲେ।

ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମୁଖ୍ୟତଃ ସରକାରଙ୍କ ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଫସଲ ବୀମା ଯୋଜନା, କୃଷି ଋଣ ସୁଧ, ମଧୁବାବୁ ପେନସନ ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶା, ମିସନ ଶକ୍ତି , ୫ଟି ସ୍କୁଲ ରୂପାନ୍ତୀକରଣ, କ୍ରୀଡ଼ା, ହରିଶ୍ଚନ୍ଦ୍ର ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ, ଜନଜାତି ଉନ୍ନୟନ ପରିଷଦ, ଆମ ଐତିହ, ଆମ ବ୍ୟାଙ୍କ ଓ ଲକ୍ଷ୍ମୀ ବସ୍‌ ଆଦି ୧୫ଟି ଯୋଜନା ସମ୍ପର୍କରେ ବିଷଦ ବିବରଣୀ ପ୍ରଦାନ କରାଯାଇଥିଲା। ବ୍ଲକସ୍ତରରେ ପୁଣି ଦୁଇ ପର୍ଯ୍ୟୟରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଶିବିରରେ ବିକେଏସଏସର ସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଇ ନିଜ ସଂଘର ଅନ୍ୟ ସଭ୍ୟମାନଙ୍କୁ ତାଲିମ ଦେବେ। ଆସନ୍ତା ଜାନୁଆରି ୨୫ ତାରିଖରୁ ତାଲିମ ପ୍ରାପ୍ତ କଳାକାରମାନେ ଗାଁଗାଁରେ ଲୋକଙ୍କୁ ଲୋକ କଳା ମାଧ୍ୟମରେ ସଚେତନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe