The New Indian Express
ଜୟପୁର: କାଚ ଓ ମାଛିରୋଧକ ପଦାର୍ଥରେ ଖାଦ୍ୟକୁ ଘୋଡ଼ାଇ ନ ରଖିଲେ ଆସନ୍ତା ସେପ୍ଟମ୍ବର ୧ରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ବାରମ୍ବାର ପୌରପାଳିକା ପକ୍ଷରୁ ଚଢ଼ାଉ, ତାଗିଦ ଓ ଜରିମାନା ଆଦାୟ କରିବା ପରେ ମଧ୍ୟ ହୋଟେଲ, ଉଠାଦୋକାନୀ, ରାସ୍ତାକଡ଼ ଖାଦ୍ୟ ବ୍ୟବସାୟୀମାନେ ଖାଦ୍ୟକୁ ଘୋଡାଇ ବିକ୍ରି କରୁନାହାନ୍ତି। ଫଳରେ ଏସବୁ ଖାଦ୍ୟରେ ମାଛି, ରାସ୍ତାର ଧୁଳି ଆଦି ପଡ଼ିବା ସହ ଲୋକେ ଏହାକୁ ଖାଇବା ଦ୍ବାରା ବିଭିନ୍ନ ପେଟରୋଗ ସହ ଅନ୍ୟାନ୍ୟ ରୋଗର ଶୀକାର ହେଉଛନ୍ତି। ଆସନ୍ତା ସେପ୍ଟମ୍ବର ୧ରୁ କାଚ ଓ ମାଛିରୋଧକ ପଦାର୍ଥରେ ଖାଦ୍ୟକୁ ଘୋଡ଼ାଇ ନ ରଖିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୌରପାଳିକା ଏକ ବିଜ୍ଞପ୍ତି ଜାରି କରିଥିବା ବେଳେ ଏହାକୁ କେତେଦର ବ୍ୟବସାୟୀମାନେ ମାନିବେ ତାହା ସମୟ କହିବ। ତେବେ ସାଧାରଣରେ ଏହାକୁ ସ୍ବାଗତ କରିବା ସହ ଏହାକୁ ତୁରନ୍ତ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
Follow Us