ରିଜର୍ଭ ପଡିଆ ଅନୁଧ୍ୟାନ କଲେ ଏସପି, ଫୁଲବାଣୀରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସ୍ବାଧୀନତା ଦିବସର ମୁଖ୍ୟଅତିଥି 

Advertisment
ରିଜର୍ଭ ପଡିଆ ଅନୁଧ୍ୟାନ କଲେ ଏସପି, ଫୁଲବାଣୀରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସ୍ବାଧୀନତା ଦିବସର ମୁଖ୍ୟଅତିଥି 

ଫୁଲବାଣୀ: ଫୁଲବାଣୀ ପୁଲିସ ରିଜର୍ଭ ପଡିଆଠାରେ ଆସନ୍ତାକାଲି ୭୪ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବ। ଏଥିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିବା ସହ ସେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବେ। ଏଥି ନିମନ୍ତେ ରିଜର୍ଭ ପଡିଆରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି। ୪ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି। ଏଥି ସହ ୩୫ ଜଣ ପୁଲିସ ଅଧିକାରୀଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି।

ଆଜି ଅପରାହ୍ନରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି କନ୍ଧମାଳ ଏସପି ବିନୀତ ଅଗ୍ରୱାଲ। ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ କୋଭିଡ ନିୟମ ଅନୁଯାୟୀ କମ ସଂଖ୍ୟକ ଲୋକ ଉପସ୍ଥିତ ରହିବେ। ସମସ୍ତେ ମାସ୍କ ପିନ୍ଧିବା ସହ  ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟ। ଅଧିକ ସଂଖ୍ୟକ ଲୋକଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି। ଆସନ୍ତାକାଲି ଶନିବାର ଓ ରବିବାର ସଟ ଡାଉନ ଘୋଷଣା କରାଯାଇଛି। ହେଲେ ସ୍ବାଧୀନତା ଦିବସ ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe