୧୩୯ ବର୍ଷ ପୁରୁଣା କୋଠାରେ ଚାଲିଛି ତହସିଲ; ନୂତନ କୋଠାକୁ ସ୍ଥାନାନ୍ତର କେବେ?

Advertisment
୧୩୯ ବର୍ଷ ପୁରୁଣା କୋଠାରେ ଚାଲିଛି ତହସିଲ; ନୂତନ କୋଠାକୁ ସ୍ଥାନାନ୍ତର କେବେ?

Sambad

ଜୟପୁର: ରାଜରାଜୁଡ଼ା ଅମଳର ୧୩୯ ବର୍ଷର କୋଠାରେ ଚାଲିଛି ଜୟପୁର ତହସିଲ। ଏହି କୋଠାକୁ ବାରମ୍ବାର ମରାମତି ଓ କାନ୍ଥରେ ଚୁନ ଦେଇ କାର୍ଯ୍ୟାଳୟ ଚାଲିଛି। ତେବେ ଉପରେ ରହିଥିବା ଟିଣକୁ ବଦଳା ଯାଇପାରିନି। ଏହାରି ମଧ୍ୟରେ ରହିଥିବା ଜିଲ୍ଲା ଟ୍ରେଜରୀ ଓ ସବରେଜିଷ୍ଟ୍ରୀ କାର୍ଯ୍ୟାଳୟର କିଛିକାଂଶରେ ରୁପରେଖରେ ପରିବର୍ତ୍ତନ ହୋଇଥିବା ବେଳେ ଏହାର କିନ୍ତୁ ସେଭଳି ରହିଛି। କମ୍ ସଂଖ୍ୟକ ରୁମ ଥିବାରୁ କାର୍ଯ୍ୟାଳୟ ପାଇଁ ଆବଶ୍ୟକ ପଡ଼ୁଥିବା ରୁମର ଅଭାବ ରହିଛି। ତେଣୁ ପୂର୍ବରୁ ଥିବା ମାଲଖାନା ଓ ହାଜତକୁ ବି ତହସିଲର ବିଭିନ୍ନ କର୍ମଚାରୀମାନେ ବ୍ୟବହାର କରୁଛନ୍ତି। ତେବେ ଦିନକୁ ଦିନ ଏହି କାର୍ଯ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସହର ମଧ୍ୟଭାଗରେ ଏହି କାର୍ଯ୍ୟାଳୟଟି ରହିଥିବାରୁ ଏଠାକୁ ବିଭିନ୍ନ କାମରେ ଆସୁଥିବା ଲୋକେ ଓ ଆଇନଜୀବୀ ମାନେ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ କରି ମୁଖ୍ୟରାସ୍ତାରେ ବାଇକ୍ ଓ ଗାଡି ପାର୍କିଂ କରି ରଖୁଛନ୍ତି।

publive-image Sambad

ଏହା ଫଳରେ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମିବା ସହ ମୁଖ୍ୟରାସ୍ତାରେ ଟ୍ରାଫିକ ଜାମ୍ ହେଉଛି । ଅନ୍ୟପକ୍ଷରେ କାର୍ଯ୍ୟାଳୟର ଏଭଳି ଅବସ୍ଥାକୁ ଲକ୍ଷ୍ୟରେ ରଖି ଜୟପୁର ସଦରଥାନା ପାର୍ଶ୍ବରେ ଜିଲ୍ଲାପ୍ରଶାସନ ପକ୍ଷରୁ ନୂଆ ତହସିଲ କାର୍ଯ୍ୟାଳୟର ନିର୍ମାଣ ଗତ ଦୁଇ ବର୍ଷ ହେବ ଜାରି ରହିଛି। ତେବେ ଏଠାକୁ ପୁରୁଣା ତହସିଲ କାର୍ଯ୍ୟାଳୟ କେବେ ସ୍ଥାନାନ୍ତର ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ନୂଆ ତହସିଲ କୋଠାର କାମ ଶେଷ ପର୍ଯ୍ୟାୟରେ ରହିଛି, ଏଠାକୁ ଅତି ଶୀଘ୍ରରେ ଏଠାକୁ ସ୍ଥାନାନ୍ତର ହେବ‌ ବୋଲି କହିଛନ୍ତି ଜୟପୁର ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ। ପୁରୁଣା ତହସିଲକୁ ଭଙ୍ଗା ଯାଇ ଏଠାରେ ଫୁଡ଼ ପାର୍କ କରାଯିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe