ମେଘୁଆ ପାଗକୁ ଝିପିଝିପି ବର୍ଷା: ଆତଙ୍କିତ ଚାଷୀ

ମେଘୁଆ ପାଗକୁ ଝିପିଝିପି ବର୍ଷା: ଆତଙ୍କିତ ଚାଷୀ

ଝାରସୁଗୁଡ଼ା: ଅନାବୃଷ୍ଟି ଯୋଗୁଁ ଚିନ୍ତିତ ଚାଷୀ ପାଣି ପାଇଁ ହାହାକାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଲଗାଣ ବର୍ଷାରେ ଚାଷଜମିରେ ନାହିଁ ନଥିବା କ୍ଷତି ଘଟିଥିଲା। ଚାଷ ଅମଳ ହେବା ବେଳକୁ ଜମିରେ ମାଟିଆଗୁଣ୍ଡି, ଚକଡ଼ା ପୋକ ଲାଗି ଏକର ଏକର ଜମିକୁ ନଷ୍ଟ କରି ପକାଇଲା। ନିରାଶ ହୋଇ ପଡ଼ିଥିବା ଚାଷୀ ଉପାୟଶୂନ୍ୟ ହୋଇ ପୋକ ଲାଗିଥିବା ଜମିରେ ନିଆଁ ଲଗାଇ ପ୍ରତିବାଦ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିବା ନେଇ ଅଭିଯୋଗ ହୋଇଥିଲା। ଏବେ ଝାରସୁଗୁଡ଼ା ଜିଲ୍ଲାର ଚାଷୀ ଅଦିନିଆ ବର୍ଷାକୁ କିଭଳି ସାମ୍‌ନା କରିବେ ସେ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି।

ପ୍ରତିକୂଳ ପରିସ୍ଥିିତି ସତ୍ୱେ କ୍ଷେତରେ ଯାହା କିଛି ଅମଳକ୍ଷମ ଧାନ ରହିଛି ଏବେ ହଠାତ୍‌ ଲଘୁଚାପ ବର୍ଷା ଆରମ୍ଭ ହୋଇଯିବାରୁ ଚାଷୀକୁଳ ହତାଶ ଅଛନ୍ତି। ବୁଧବାର ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋହଳା ପାଗ ସାଙ୍ଗକୁ କିଛି ସ୍ଥାନରେ ଝିପିଝିପି ବର୍ଷା ଚାଷୀଙ୍କ ହୃଦ୍‌କଂପନ ବଢ଼ାଇ ଦେଇଛି। ଜିଲ୍ଲାର କୋଲାବିରା, ଲଇକେରା, କିର୍ମିରା, ଳଖନପୁର ଏବଂ ଝାରସୁଗୁଡ଼ା ବ୍ଲକର ଶତାଧିକ ଗ୍ରାମରେ ଚାଷୀ ମାନେ ଯୁଦ୍ଧକାଳୀନ ଭିତ୍ତିରେ ଧାନ କାଟିବା ଆରମ୍ଭ କରିଛନ୍ତି। ଶ୍ରମିକ ଅଭାବ, ଧାନ ରଖିବାକୁ ସ୍ଥାନାଭାବ ସହିତ ସ୍ୱଳ୍ପ ସମୟରେ ଏହାର ପରିଚାଳନା କଷ୍ଟସାଧ୍ୟ ହୋଇଥିବାରୁ ଅନେକ ଚାଷୀ ବିଲରେ ଥିବା ଧାନକୁ ଅମଳ କରିବା ପରିବର୍ତ୍ତେ ଭଗବାନଙ୍କ ଭରସାରେ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe