ପାଠ ପଢ଼ିବ ତ ପାହାଡ ଚଢ଼ !

ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ବିକାଶ ଏଠି ଅଧା ବାଟରେ। ଜିଲ୍ଲା ସଦର ମହକୁମା,ବ୍ଲକ ସଦର ମହକୁମା ଏବଂ କିଛି ପଞ୍ଚାୟତ ସଦର ମହକୁମାକୁ ଛାଡି ଦେଲେ ଅନ୍ୟ ସବୁ ଅଞ୍ଚଳ ଦୁର୍ଗମ ଏବଂ ଅପହଞ୍ଚ। ପୁଣି ଜିଲ୍ଲା ନକ୍ସଲ ପ୍ରବଣ ଭାବେ ବେଶ ପରିଚିତ...

For Study climb the hill!

For Study climb the hill!

ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ବିକାଶ ଏଠି ଅଧା ବାଟରେ। ଜିଲ୍ଲା ସଦର ମହକୁମା,ବ୍ଲକ ସଦର ମହକୁମା ଏବଂ କିଛି ପଞ୍ଚାୟତ ସଦର ମହକୁମାକୁ ଛାଡି ଦେଲେ ଅନ୍ୟ ସବୁ ଅଞ୍ଚଳ ଦୁର୍ଗମ ଏବଂ ଅପହଞ୍ଚ। ପୁଣି ଜିଲ୍ଲା ନକ୍ସଲ ପ୍ରବଣ ଭାବେ ବେଶ ପରିଚିତ। ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଶୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସ୍କୁଲ ଥିଲେ ଶ୍ରେଣୀ ଗୃହ ନ ଥିବା ବେଳେ ଶ୍ରେଣୀ ଗୃହ ଥିଲେ ଶିକ୍ଷକ ଆସୁ ନ ଥିବାରୁ ପିଲା ପାଠ କଣ ଭୁଲିଗଲେଣି। ସରକାର ଅନ୍‌ଲାଇନ ଶିକ୍ଷାର ବ୍ୟବସ୍ଥା କରିଥିଲେ ମଧ୍ୟ ଜିଲ୍ଲାରେ ନେଟୱାର୍କର ସମସ୍ୟା ରହିଥିବାରୁ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ।

ମାଲକାନଗିରି ଭଳି ଅନୁନ୍ନତ ଜିଲ୍ଲାରେ ଲୋକେ ଦୁଇବେଳା ପେଟ ପୂରାଇବା ପାଇଁ କାମଧନ୍ଦା ଖୋଜୁଥିବା ବେଳେ ଆଣ୍ଡ୍ରଏଡ୍ ଫୋନ କିଣି ପିଲାଙ୍କୁ ପାଠ ପଢାଇବା ଦୂରର କଥା। ତେବେ କାଁ ଭାଁ ଅଞ୍ଚଳରେ କିଛି ଅଭିଭାବକମାନେ ନିଜର ପିଲାଙ୍କୁ ପାଠ ପଢାଇବା ପାଇଁ ଘରେ ଥିବା ଗୋଟିଏ ମାତ୍ର ମୋବାଇଲକୁ ଦେଉଥିବା ଦେଖିବାକୁ ମିଳୁଛି।

ତେବେ ଦୁର୍ଗମ ଅଞ୍ଚଳରେ ନେଟୱାର୍କର ଅସୁବିଧା ରହିଥିବାରୁ ପିଲାମାନେ ପାହାଡ ଉପରେ କିମ୍ବା ମଞ୍ଚା କରି ତାହାରି ଉପରେ ବସି ପାଠ ପଢୁଥିବା ଦେଖିବାକୁ ମିଳୁଛି। ତାହା ମଧ୍ୟ ବେଳେ ବେଳେ ନେଟୱାର୍କ ଲାଗେ ଏବଂ ବେଳେ ବେଳେ କଟିଯାଏ। ବହୁ କଷ୍ଟରେ ପିଲାମାନେ ପାଠ ପଢୁଥିବା ଲକ୍ଷ୍ୟ କରାଯାଉଛି। ଜିଲ୍ଲାରେ ଗରିବରୁ ଅତି ଗରିବ ପିଲମାନେ ସରକାରୀ ସ୍କୁଲରେ ପାଠ ପଢୁଥିବା ବେଳେ ଅନ୍‌ଲାଇନ ପାଠ ସେମାନଙ୍କ ପାଇଁ ସ୍ବପ୍ନ। 

ସରକାର ଜିଲ୍ଲାରେ କିଭଳି ନେଟୱାର୍କ ସେବା ସୁରୁଖୁରୁରେ ଚାଲିବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇନାହିଁ।ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ସାତ ଦଶନ୍ଧି ପରେ ଏବେ ଲୋକେ ପକ୍କା ରାସ୍ତା ଦେଖିଥିବା ବେଳେ ମୋବାଇଲ ସେବା ମଧ୍ୟ ଧିରେ ଧିରେ ପହଞ୍ଚିବାକୁ ଲାଗିଲାଣି। ସ୍ବାଭିମାନ ଅଞ୍ଚଳର ୬୭୧୯ ଜଣ ପରିବାରକୁ ସରକାର ମୋବାଇଲ ସେବା ଯୋଗାଇ ଦେଇଥିଲେ। ତେବେ ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳର କାଁ ଭାଁ ସ୍ଥାନରେ ହିଁ ମୋବାଇଲ ସେବା ରହିଥିବା ଦେଖିବାକୁ ମିଳିଛି।

ତେବେ ଲୋକେ ପାଇଥିବା ମୋବାଇଲକୁ କେହି କେହି ବିକ୍ରି କରିଥିବା ବେଳେ କେତେ ଜଣ ବନ୍ଧକ ରଖିଥିବା ଜଣାପଡିଛି। ବଣ୍ଡାଘାଟି ଅଞ୍ଚଳରେ ମୋବାଇଲ ନେଟୱାର୍କ ନ ଥିବାରୁ ପିଲାମାନେ ଏଠାରେ  ପାହାଡ  ଉପରେ କିମ୍ବା ମଞ୍ଚା ଉପରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ଏବେ ଧିରେ ଧିରେ ବଣ୍ଡାଘାଟି ମଧ୍ୟ ନେଟୱାର୍କ ଆସୁଥିବା କୁହାଯାଇଛି।

ଅଧିକ ପଢ଼ନ୍ତୁ:ଥଇଥାନ ନ କରି ଉଚ୍ଛେଦ କରୁଥିବା ଅଭିଯୋଗ: ତାତିଲେ ‌ଲୋକେ

ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ସରକାର ଲୋକଙ୍କୁ ରୋଜଗାରର ମାଧ୍ୟମ ଦେଖାଇବା,ରାସ୍ତାଘାଟ ନିର୍ମାଣ କରିବା ଏବଂ ଶିକ୍ଷାର ବିକାଶ ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସ୍କୁଲ ଖୋଲିବା ଜରୁରୀ ହୋଇପଡ଼ିଛି। ସ୍କୁଲ କଲେଜ ବନ୍ଦ ଥିବାରୁ ଦୁର୍ଗମ ଅଞ୍ଚଳର ପିଲାମାନେ ପ୍ରାୟତଃ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳୁଛି ,ନଚେତ ଘରର କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି।

ଏହି ପରିପ୍ରେକ୍ଷାରେ କିପରି ଶିକ୍ଷା ଆଗକୁ ବଢିବ ତାହା ସହଜରେ ଅନୁମେୟ। ପାହାଡ ଚଢ଼ି ପାଠ ପଢିବା କେତେ କଷ୍ଟକର ତାହା ସେହି ଅଞ୍ଚଳର ପିଲାଙ୍କୁ ହିଁ ଠିକ ଭାବେ କହିପାରିବେ। ପାଠ ପ୍ରତି ରହିଥିବା ଆଗ୍ରହ ସେମାନଙ୍କୁ ପାହାଡ ଚଢ଼ିବାକୁ ବାଧ୍ୟ କରୁଥିବା ଅଭିଭାବକମାନେ କହିଛନ୍ତି। 

ଅଧିକ ପଢ଼ନ୍ତୁ: ମୋଦୀ ଅଜମେର ସରିଫରେ ଚାଦର ଚଢ଼ାଇବା ଉଚିତ୍ ନୁହେଁ: ହିନ୍ଦୁ ସେନା ପକ୍ଷରୁ ଅନୁରୋଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe