ଡାକ୍ତରଖାନା ପରିସରରୁ ହଟିଲା ଜବରଦଖଲ

ଡାକ୍ତରଖାନା ପରିସରରୁ ହଟିଲା ଜବରଦଖଲ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପରିସରରେ ଜବରଦଖଲ କରି ରହିଥିବା କେମ୍ପସ୍ ମେଡିକାଲ ଷ୍ଟୋରକୁ ଶୁକ୍ରବାର ଉଚ୍ଛେଦ କରିଛି ପ୍ରଶାସନ। ତହସିଲଦାର ବିବୁଧ ଗଡ଼ନାୟକ, ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡା,   ଥାନାଧିକାରୀ ଯୋଗେଶ୍ବରୀ ଭୋଇଙ୍କ ସମେତ ପୁଲିସ ଫୋର୍ସ ଉପସ୍ଥିତିରେ ବୁଲଡୋଜର ସାହାଯ୍ୟରେ ଦୋକାନ ଗୃହକୁ ଉଚ୍ଛେଦ କରିଛି ପ୍ରଶାସନ।

ମେଡିକାଲ ଷ୍ଟୋର୍ ବନ୍ଦ ହେବାପରେ ଉକ୍ତ ସ୍ଥାନକୁ ଏକ ଠିକାସଂସ୍ଥା ଦଖଲ କରି ଜିନିଷପତ୍ର ରଖିବା ସହ ନିଜ କର୍ମଚାରୀମାନଙ୍କୁ ସେଠାରେ ରଖୁଥିଲା। ୨ ମାସ ପୂର୍ବରୁ ଜବରଦଖଲ ହଟାଇବାକୁ ହୋଇଥିବା ନୋଟିସକୁ ଉକ୍ତ ଠିକାସଂସ୍ଥା କର୍ଣ୍ଣପାତ କରୁ ନ ଥିବାରୁ ଶୁକ୍ରବାର ପ୍ରଶାସନ ବୁଲଡୋଜର ସାହାଯ୍ୟରେ ଉକ୍ତ ଘରକୁ ମାଟିରେ ମିଶାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe