ବିଦେଶୀ ମଦ ବଟଲିଙ୍ଗ ପ୍ଲାଣ୍ଟରେ ମଦ ଚୋରି, ଦୁଇ କର୍ମଚାରୀ ଗିରଫ

Advertisment
ବିଦେଶୀ ମଦ ବଟଲିଙ୍ଗ ପ୍ଲାଣ୍ଟରେ ମଦ ଚୋରି, ଦୁଇ କର୍ମଚାରୀ ଗିରଫ

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମାଛିଆ ଗ୍ରାମରେ ଥିବା ମିସେସ ଶକ୍ତି ମଲଟୟାର ଆଣ୍ଡ ଲେମୋନେଡ଼ ବିଦେଶୀ ମଦ ବଟଲିଙ୍ଗ ପ୍ଲାଣ୍ଟରେ ମଦ ଚୋରି ହୋଇଛି ।ସୂଚନା ଅନୁସାରେ ଏକ୍ସପାରି ତାରିଖ ଚାଲି ଯାଇଥିବା ୩ଟି ବ୍ରାଣ୍ଡର ବିଦେଶୀ ମଦ ପ୍ରାୟ ୧୨ ଶହ କାଟୁନ ଷ୍ଟୋର ରୁମରେ ରଖା ଯାଇଥିଲା। ପରେ ତାହା ଷ୍ଟୋର ରୁମରେ ନଥିବା ଜଣାପଡ଼ିଥିଲା। ଚୋରି ହୋଇଥିବା ମଦର ମୂଲ୍ୟ ୬୬ ଲକ୍ଷ ୭୨ ହଜାର ଟଙ୍କା ହେବ ବୋଲି ଜଣା ଯାଇଛି। କୋଟିଏ ଟଙ୍କା ଉପରେ ଜାଲିଆତି କରି ମଦ ବିକ୍ରି କରାଯାଇଛି। ଏହାର ଦୁଇଟି ଚାବି ମଧ୍ୟରୁ ଗୋଟିର ଅବକାରୀ ବିଭାଗ ଆଉ ଅନ୍ୟଟି ମଦ କମ୍ପାନିର ଇନଚାର୍ଜ ଲଷ୍ମୀକାନ୍ତ ସାହୁ କିମ୍ବା ସିଇଓ ସତୀଶ ଚନ୍ଦ୍ର ଚୌଧୁରୀଙ୍କ ପାଖରେ ରହିଥାଏ। ଦୁଇଟି ଯାକ ଚାବି ନେଇକି ଖୋଲିଲେ ଯାଇ ଷ୍ଟୋର ରୁମ ଖୋଲିବ । ଏଥିରେ ଅବକାରୀ ବିଭାଗର ଭୂମିକା ଉପରେ ମଧ୍ୟ ତଦନ୍ତ ହେବ । ଏହା ଉପରେ ଅଧିକ ତଦନ୍ତ କରୁଛନ୍ତି କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe